oom

ମାୟାବର୍ହାରେ ବିଶ୍ୱ ପ୍ଲାଷ୍ଟିକ ବ୍ୟାଗ୍ ମୁକ୍ତ ଦିବସ ପାଳିତ

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍ାଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ବିଶ୍ଵ ପ୍ଲାଷ୍ଟିକ ବ୍ୟାଗମୁକ୍ତ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ତଥା କର୍ମଚାରୀଙ୍କୁ ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଶପଥ ପାଠ କରାଇଥିଲେ । ସଭାରେ ଶିକ୍ଷାବିତ୍ ତଥା କନ୍ଦାଗାଡ ଉଚ୍ଚ ବିଦ୍ୟାଳୟର ପୂର୍ବତନ ସହକାରୀ ଶିକ୍ଷକ ସମ୍ପଦ ଖମାରୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ନିରୋଗ ସୁସ୍ଥ ଜୀବନ ଯାପନ ପାଇଁ ପ୍ଲାଷ୍ଟିକ ବ୍ୟବହାର କମ କରିବା ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଦିବସକୁ ସଂଯୋଜନା କରିବା ସହ ପ୍ଲାଷ୍ଟିକ ନୀରବ ଘାତକ ବୋଲି ମତ ପ୍ରଦାନ କରିଥିଲେ। । ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ଲାଷ୍ଟିକର କ୍ଷତିକାରକ ଦିଗ ବିଷୟରେ ଅବଗତ କରାଇଥିଲେ । ଛାତ୍ରୀ ପୂଜାରାଣି ଦୀପ, ଝରଣା ସାହୁ ଆଭା ସାହୁ ପ୍ଲାଷ୍ଟିକ ବର୍ଜନ କରିବାପାଇଁ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିବେଳେ ସଂସ୍କୃତ ଶିକ୍ଷକ ତଥା ଜୁନିଅର ରେଡକ୍ରସ କାଉନସିଲର ରାଜୁ ମେହେର ଧନ୍ୟବାଦ୍ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ କିରଣ କୁମାର ପଟେଲ, ସଞ୍ଜୀବ ପୂଜାରୀ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , କିଶୋର ପଟେଲ, ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.