
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ମାଉଣ୍ଟ ଆବୁ (ରାଜସ୍ଥାନ) ମୁଖ୍ୟକେନ୍ଦ୍ରର ପ୍ରଥମ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ୬୦ତମ ସ୍ମୁତି ଦିବସ ସର୍ବତ୍ର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ପରିସରରେ ମଙ୍ଗଳବାର ପୂର୍ବାହ୍ନରୁ ରାଜଯୋଗ ଅଭ୍ୟାସ, ମୁରଲି ପଠନ, ଈଶ୍ୱରୀୟ ଜ୍ଞାନ ଅମୃତ ପ୍ରଦାନ ସହ ଭଗବତ ବିଶ୍ୱାସ ଉପରେ ଆଲୋକପାତ ଉପରେ ପରିବେଶିତ ହୋଇଥିଲା । ଶାଖା ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଭଉଣୀ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ଭାରତୀୟ ତଟରକ୍ଷା ବାହୀନି ଗୋପାଳପୁର ଶାଖାର ଅତିରିକ୍ତ କମାଣ୍ଡେଣ୍ଟ ଧନଞ୍ଜୟ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ପ୍ରତିକୃତୀରେ ପୁଷ୍ପଗୁଚ୍ଛ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ଈଶ୍ୱରୀୟ ସନ୍ଦେଶ ଉପରେ ଦୃଷ୍ଟିପାତ କରି ଶତାଧିକ ବ୍ରହ୍ମାକୁମାରୀ ସଂସ୍ଥାନର ଭାଇ ଓ ଭଉଣୀଙ୍କୁ ଜ୍ଞାନ ଅମୃତ ପ୍ରସାଦରେ ଆଲୋକପାତ କରିଥିଲେ । ବ୍ରହ୍ମା କୁମାର୍ ରଜନୀ ଭାଇ, ସୂର୍ଯ୍ୟ ଭାଇ, ସିମାଞ୍ଚଳ ଭାଇ, ବାଲା କ୍ରିଷ୍ଣା ଭାଇ ଏହି କାର୍ଯ୍ୟକ୍ରମକୁ ସକ୍ରୀୟ ପରିଚାଳନା କରିଥିଲେ । ଶେଷରେ ବ୍ରହ୍ମା ଭୋଜନରେ ସମସ୍ତେ ଆପ୍ୟାୟିତ ହୋଇ ଖୁସିବ୍ୟକ୍ତ କରିଥିଲେ ।