ଶୋଇଥିବା ଅବସ୍ଥାରେ ପଲଙ୍କରେ ନିଆଁ ଲାଗି ୪ ଜଣ ଗୁରୁତର ଆହତ

ବ୍ରଜରାଜନଗର : ଶୋଇଥିବା ଅବସ୍ଥାରେ ପଲଙ୍କରେ ନିଆଁ ଲାଗି ୪ ଜଣ ଗୁରୁତର ଆହତ ହୋଇଛ‌ନ୍ତି ବୋଲି ଖବର ମିଳିଛି । ଝାରସୁଗୁଡ଼ାର ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ହରିଓମ ବିହାର ଅଞ୍ଚଳରେ ଘରଭିତରେ ଶୋଇଥିବା ଅବସ୍ଥାରେ ପଲଙ୍କରେ ନିଆଁ ଲାଗି ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତରମାନେ ହେଲେ ବଲଜିତ କୌର (୬୧), ମଞ୍ଜିତ କୌର (୩୬), ଈପ୍ସିତ କୌର ( ୭), ପୁଅ ରାଜେନ୍ଦ୍ର ସିଂହ(୩୨) । ତେବେ ଘଟଣାସ୍ଥଳରେ ପେଟ୍ରୋଲ ଗନ୍ଧ ହେଉଛି ଏବଂ କୋଠରି ଭିତରେ ପେଟ୍ରୋଲ ଡବା ପଡ଼ିଥିବା ବେଳେ ଘଟଣାଟି ଆଜି ସକାଳ ୪ଟାରେ ଘଟିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ମଣ୍ଡାଳିଆରେ ଥିବା କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବ୍ରଜରାଜନଗର ଆଇଆଇସି ନଳିତା ମୋଦୀ ଘଟଣାସ୍ଥଳରେ ପହଞ୍ଚି ତଦ‌ନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.