ls

ବନ ମହୋତ୍ସବ ସପ୍ତାହ ପାଳନ

sb

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ଗଡ଼ ମୋଟରୀ, ପ୍ରାଙ୍ଗଣରେ ବନମହୋତ୍ସବ ସପ୍ତାହ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାନ୍ତି ଓ ବନ୍ୟାଞ୍ଚଳ ମୁଖ୍ୟ ଅଧିକାରୀ ଶାନ୍ତି ଲାଲ ଦଳାଇ ମୁଖ୍ୟବକ୍ତା ଓ ସହ ଅଧିକାରୀ ରାକେଶ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜିକା ଲକ୍ଷ୍ମୀ ପ୍ରିୟା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗଡ଼ ମୋଟରୀ କ୍ଲଷ୍ଟରର ସି. ଆର. ସି. ବସନ୍ତ ସେଠୀ ସଭାର ସଭାପତି ଭାବେ ସଭାକାର୍ଯ୍ୟ ତୁଲାଇଥିଲେ । ଏହିପରି ପ୍ରେକ୍ଷୀରେ ଶିକ୍ଷୟିତ୍ରୀ ଲକ୍ଷ୍ମୀ ପ୍ରିୟା ଦାସଙ୍କ ପରିବେଶ ସଚେତନ ସମ୍ପର୍କିତ ପୁସ୍ତକ ଆମ ପରିବେଶ ସ୍ଲୋଗାନ ଲୋକାର୍ପଣ କରିଥିଲେ ଓ ଏହି ପୁସ୍ତକଟିକୁ ଶିକ୍ଷୟିତ୍ରୀ ସରିତା ମିଶ୍ର ସମୀକ୍ଷା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା । ବନ ମହୋତ୍ସବ ସପ୍ତାହ ସଚେତନ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, କବିତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ବିଭିନ୍ନ ଫଳ ଗଛ ଚାରା ଉପହାର ସଦୃଶ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଦିଲ୍ଲୀପ କୁମାର ବେହେରା, ଶାନ୍ତ ସବର, ମୋନାଲିସା ସାହୁ, ସରୋଜିନୀ ଦାସ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ବରିଷ୍ଠ ଶିକ୍ଷକ ପର୍ଶୁରାମ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

pc pk
Leave A Reply

Your email address will not be published.