oom

ନୃସିଂହନାଥରେ କବିର ଜୟନ୍ତୀ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ପରିସରରେ ସତଗୁରୁ କବିର ସାହେବଙ୍କ ଜୟନ୍ତୀ ଉତ୍ସବ କବିର ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ମାନିକପୁରି ପନିକା ସମାଜ ଦ୍ୱାରା ଆୟୋଜିତ ଏହି ଜୟନ୍ତୀ ସଭାରେ ରାଜ୍ୟ ସ୍ତରୀୟ ଅଖଣ୍ଡ ମାନିକପୁରି ପନିକା ସମାଜର କର୍ମକର୍ତ୍ତା ଓଡିଶାର ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଗୋନ୍ଦିଆ କବିର ଆଶ୍ରମର ସନ୍ଥ ଶ୍ରୀ ଗୁରୁଶିଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବହୁ ସୁନ୍ଦର ଭାବେ ପ୍ରବଚନ ମାଧ୍ୟମରେ ଲୋକଙ୍କୁ ବୁଝାଇ ଦୁନିଆରେ ଗୁରୁ ମାନଙ୍କ ମଧ୍ୟରେ କବିର ହିଁ ଶ୍ରେଷ୍ଠ ବୋଲି ନିଜର ମଧୁର କଣ୍ଠରେ ଶୁଣାଇଥିଲେ । ଏହାକୁ ଆୟୋଜନ କରିଥିଲେ ଚାରଗଡ଼ କୋମନା, ଖୋଲା, ପାଟନା ଓ ବୋଡାସମ୍ବର ମାନିକପୁରି ପନିକା ସମାଜ । ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ସମ୍ମାନିତ ଅତିଥି ଭାବେ ନୃସିଂହନାଥ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଯୋଗଦେଇ ନିଜସ୍ୱ ମତ ବ୍ୟକ୍ତ କରିଥିଲେ । ରାଜ୍ୟ ସ୍ତରୀୟ ସଭାପତି ଲାଲବାହାଦୁର ଦାସ ଏଥିରେ ସଭାପତିତ୍ୱ କରିଥିବାବେଳେ, କୋମନା ସର୍କଲ ସଭାପତି-କବି ଦାସ, ପାଟନା ସର୍କଲ ସଭାପତି-ନେହେରୁ ଦାସ, ଶାଖାତୋରା ସର୍କଲ ସଭାପତି-ପରଦେଶୀ ଦାସ, ଛିନପାନି ସର୍କଲ ସଭାପତି-ସନ୍ତୋଷ ଦାସ, ବୋଡାସମ୍ବର ସର୍କଲ ସଭାପତି-କ୍ଷୀରସାଗର ଦାସ ଓ ବିସୋରା ସର୍କଲ ଉପ ସଭାପତି ପ୍ରମେସ୍ଵର ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇ ଜାତିର ଉନ୍ନତି ସହ ଯୁବକମାନେ ସମାଜକୁ କିପରି ସବୁ କ୍ଷେତ୍ରରେ ଉନ୍ନତି କରିବେ ସେନେଇ ଦିଗଦର୍ଶନ ଦେଇଥିଲେ । ରାଜ୍ୟ ସ୍ତରୀୟ ନିର୍ଣ୍ଣାୟକ କମିଟିର କର୍ମକର୍ତ୍ତା ମାନଙ୍କ ସହଯୋଗ ଅତ୍ୟନ୍ତ ଗୁରୁତ୍ୱ ଥିଲା ବୋଲି ଖେମ ଦାସ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.