ହାପି ମୋମେଣ୍ଟସ୍‌ ତରଫରୁ ମାତୃ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ତରଫରୁ ମାତୃ ଦିବସ ସ୍ଥାନୀୟ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ତଥା ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ କମଲ ଅଗ୍ରୱାଲ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଅନିତା ଅଗ୍ରୱାଲ, କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାତୃ ଦିବସ ପାଳନର ଆବଶ୍ୟକତା, ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବାଳିକା ଓ ମା’ ମାନଙ୍କ ମଧ୍ୟରେ ସଂଗୀତ, ନୃତ୍ୟ,ଏକକ ଅଭିନୟ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଜୟ ନାୟକ, ବର୍ଷାରାଣୀ ପଣ୍ଡା, ରାହୁଲ ସୁନା, କଲ୍ୟାଣୀ ଦାସ ପ୍ରମୁଖ ବିଚାରକ ଦାୟିତ୍ଵ ତୁଲାଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ୧୦ ଜଣ ମା’ ସସ୍ମିତା ସାହୁ, ତରୁଲତା ସାମଲ, ଅନିତା ଅଗ୍ରୱାଲ, ଝୁନୁ ନାୟକ, ସବିତା ପାଣିଗ୍ରାହୀ, ଅନୁସୂୟା ମହାପାତ୍ର, ପୁଷ୍ପଲତା ମିଶ୍ର, ରୀନା ବାସା, ସ୍ନେହାଞ୍ଜଳୀ ପଣ୍ଡା, ଅଗ୍ନିଶିଖା ରାୟଙ୍କୁ ରାଜଲକ୍ଷ୍ମୀ ମାତୃଶକ୍ତି ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ଅନ୍ୟତମ ମୁଖ୍ୟ ରଶ୍ମିତା ପଣ୍ଡା, ସହଯୋଗୀ ଦିବାକର ଦାସ, ସସ୍ମିତା ପ୍ରଧାନ, ଗୌରୀ କୁମ୍ଭାର, ରଞ୍ଜନ ସାହୁ, ନିତାଞ୍ଜଳୀ ପରିଡ଼ା, ସୁନ୍ଦର ସାହୁ, ଶେସିଲିନା ବିଶ୍ୱାଳ, ଲିତାଞ୍ଜଳୀ ପତି, ରେଖା ଗୁପ୍ତା, ସଲିତ ପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.