ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ଚୈତ୍ର ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡ଼ିଶା କୈବର୍ତ୍ତ ସମାଜର ଯୋବ୍ରା କଟକ ଅନୁବନ୍ଧିତ କଟକ ମହାନଗର କୈବର୍ତ୍ତ ସମାଜ ଆନୁକୂଲ୍ୟରେ ଚୈତ୍ର ମହୋତ୍ସବ ଦୁଇଦିନ ଧରି ପାଳିତ ହୋଇଯାଇଛ । ପ୍ରଥମ ଦିନ ମହାନଗରର ବିଭିନ୍ନ ସାହିରୁ ସାତଟି ଇଷ୍ଟଦେବୀ ମା’ ବାସେଳୀଙ୍କୁ ଶୋଭାଯାତ୍ରାରେ ଅଣାଯାଇ କୈବର୍ତ୍ତ ମହାସଭାର ମୁଖ୍ୟ କାର୍ଯ୍ୟାଳୟ ଯୋବ୍ରାଠାରେ ପୂଜା ନୈବେଦ୍ୟ ଅର୍ପଣ ପୂର୍ବକ ଅଭ୍ୟର୍ଥିତ କରାଯାଇଥିଲା । ଏଥିରେ କଟକ ମହାନଗରର କୈବର୍ତ୍ତ ମହାସମାଜର ସଭାପତି କୃଷ୍ଣ ସାହୁ, ସମ୍ପାଦକ ଭୈରବ ଚନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି ପ୍ରଭୁରାଜ ବେହେରା ଏବଂ ସଂଯୋଜକ ବରିଷ୍ଟ ଆଇନଜୀବୀ ଅଶୋକ ଦଳାଇଙ୍କ ନେତୃତ୍ୱରେ ଏହି ପରିକ୍ରମା ଅନୁଷ୍ଠିତ ହୋଇଥିଲା । ଏଥିରେ କୈବର୍ତ୍ତ ମହାସଭାର ସଭାପତି ଡ଼କ୍ଟର ଦେବେନ୍ଦ୍ର ବେହେରା, ସମ୍ପାଦକ ରାମଚନ୍ଦ୍ର ବେହେରା ବରିଷ୍ଟ ଉପଦେଷ୍ଟା ନାରାୟଣ ବେହେରା ଉପସ୍ଥିତ ରହି ମା’ ବାସେଳୀଙ୍କୁ ପୂଜାର୍ଚ୍ଚନା କରି ସାହି ପରିକ୍ରମାରେ ସାମିଲ ହୋଇ ଯୋବ୍ରା ନୌକାବିହାର ସ୍ଥିତ ମହୋତ୍ସବ ସ୍ଥଳକୁ ମା’ଙ୍କୁ ଆଣି ସ୍ଥାପନା କରାଇଥିଲେ । ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି ଥିବା ପ୍ରାକ୍ତନ ମନ୍ତ୍ରୀ ଏବେର କେନ୍ଦ୍ରାପଡାର ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିରେ କଟକ ସହରର କୈବର୍ତ୍ତ ସମାଜର ଅବଦାନ ସମ୍ପର୍କରେ ସୂଚନା ଦେବା ସହିତ ସହରର ଭାଇଚାରା ଅକ୍ଷୁର୍ଣ୍ଣ ରଖିବାରେ ଜାତିର ଅବଦାନ ସମ୍ପର୍କରେ ତଥ୍ୟ ଭିତ୍ତିକ ବିଷୟ ଅବତାରଣା କରିଥିଲେ । ସମ୍ମାନୀତ ଅତିଥି ରୂପେ ମହାସଭାର ସଭାପତି ଡ଼କ୍ଟର ଦେବେନ୍ଦ୍ର ବେହେରା କୈବର୍ତ୍ତ ଜାତିର ଏହି ମହୋତ୍ସବ କିଭଳି କଟକର ସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ସାଂସ୍କୃତିକ କ୍ଷେତ୍ରରେ ମହତ୍ତ୍ୱ କଣ ଅଛି ମତ ରଖିବା ସହିତ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦିତ କରିଥିଲେ । ସାଧାରଣ ସମ୍ପାଦକ ରାମଚନ୍ଦ୍ର ବେହେରା ଏହି ମହୋତ୍ସବର ଆୟୋଜନରେ ଭୂମିକା ଗ୍ରହଣ କରିଥିବା କଟକର କୈବର୍ତ୍ତ ସମାଜ ଯୁବକ ମାନଙ୍କୁ ପ୍ରଶଂସା କାରିବା ସହିତ ଏହି ମହୋତ୍ସବ ଜାତିକୁ ସମୃଦ୍ଧ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ମହାସଭାର ବରିଷ୍ଠ ଉପଦେଷ୍ଟା ନାରାୟଣ ବେହେରା ଚୈତ୍ର ମହୋତ୍ସବ ଜାତିର ଇତିବୃତ୍ତ ସହିତ କିଭଳି ଜଡିତ ତାର ଅବତାରଣା କରିଥିଲେ । ଅନ୍ୟତମ ଉପଦେଷ୍ଟା ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଞ୍ଜିନିୟର୍‌ ବ୍ରଜକିଶୋର ପରିଡା ଏହି ଉତ୍ସବର ବାର୍ତ୍ତା ରାଜ୍ୟର କୋଣ ଅନୁକୋଣରେ ଥିବା ଜାତିଭାଇ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ସହିତ ଐକ୍ୟବଦ୍ଧ ହୋଇ ରହିବାକୁ ପ୍ରେରଣା ଦେବ ବୋଲି ମତ ରଖିଥିଲେ । କଟକ କୈବର୍ତ୍ତ ସମାଜର ସଭାପତି କୁଶ ସାହୁ କଟକ ମହାନଗର କୈବର୍ତ୍ତ ଭାଇମାନଙ୍କୁ ଏକାଠି କରି ସଂସ୍କୃତି ସହିତ ଜାତିକୁ ଜଡିତ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ପାଦକ ଭୈରବ ଚନ୍ଦ୍ର ବେହେରା ବ୍ୟକ୍ତିର ଉନ୍ନତି ସହିତ, ଜାତି ଓ ସମାଜର ଉନ୍ନତି ଜଡ଼ିତ । ତେଣୁ ଆମେ ଏକାଠି ସମସ୍ତଙ୍କ ସୁବିଧା ଦେଖିପାରିଲେ ଏକତା ବଜାୟ ରଖିପାରିବା ବୋଲି ମତ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ପ୍ରଭୁରାଜ ବେହେରା ଏହି ଉତ୍ସବକୁ ସଫଳ କରିବା ପାଇଁ ଯେଉଁ ମାନଙ୍କୁ ଏକାଠି କରିଛନ୍ତି ଏବଂ ଯେଉଁ ମାନଙ୍କ ସହଯୋଗରେ ସଫଳ ହୋଇପାରିଛି ତାର ଅବତାରଣା କରିବା ସହିତ ଜାତିର ଉନ୍ନତି ପାଇଁ, ସମାଜରେ ସ୍ୱତନ୍ତ୍ର ପରିଚୟ ପାଇଁ ଏହି ଭଳି ମହୋତ୍ସବ ଆଗାମୀ ଦିନରେ ଜାତିଭାଇ ମାନଙ୍କ ସହଯୋଗରେ ହୋଇ ଚାଲିବ ବୋଲି ଆଶା ଓ ବିଶ୍ୱାସ ରଖିଥିଲେ । ଦୁଇଦିନର ମହୋତ୍ସବକୁ ସଂଯୋଜନା କରିଥିଲେ ବରିଷ୍ଟ ଆଇନଜୀବୀ ଅଶୋକ ଦଳାଇ । ସେ ତାଙ୍କ ବକ୍ତବ୍ୟରେ କଟକ ମହାନଗର କୈବର୍ତ୍ତ ଭାଇମାନଙ୍କର ଭାଇଚାରା ପ୍ରତିଷ୍ଠାରେ ଭୂମିକା, ସାଂସ୍କୃତିକ ମହୋତ୍ସବରେ ଛାତ୍ରଛାତ୍ରୀ ଯୁବକ ସମାଜସେବୀ କିଭଳି ଉତ୍ସାହିତ ହେଉଛନ୍ତି ଏ ବିଷୟରେ ମତ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଜାତି ପାଇଁ ଗର୍ବ ଗୌରବ ଆଣିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଭୁତିଭୂଷଣ ବେହେରା, ସୋମ୍ୟ ପ୍ରସାଦ ବେହେରା, ପଦ୍ମ ଚରଣ ବେହେରା, ସୁରେଶ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

.

Leave A Reply

Your email address will not be published.