om academy

ମାଧିଆପାଲି ଗ୍ରୀଡ୍‌ ପରିସରରେ ୭୫ତମ ଗଣତନ୍ତ୍ର ଦିବସ ପାଳନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆର୍‌ଇସି ସେକ୍ସନ ମାଧିଆପାଲି ଗ୍ରୀଡ୍‌ ପରିସରରେ ୭୫ତମ ଗଣତନ୍ତ୍ର ଦିବସ ବଡ ଧୂମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏସ୍‌ଡିଓ ସୁନୀଲ କୁମାର ସ୍ୱାଇଁ ପତାକା ଉତ୍ତୋଳନ କରିଥିବା ବେଳେ ସେକ୍ସନ ଅଫିସର ରିଆଜୁଲ ହକ ଗଣତନ୍ତ୍ର ଦିବସର ମହତ୍ୱ ସଂପର୍କରେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଲାଇନମ୍ୟାନ ପବିତ୍ର ଖୁଣ୍ଟିଆଙ୍କ ସମେତ ମନୋଜ ପାତ୍ର, ତାପସ ବାରିକ୍, କୃର୍ତିବାସ ପଧାନ, ପିତାମ୍ବର ଚନ୍ଦନ, ରୁତୁରାଜ ପଧାନ, ଦିଲ୍ଲୀପ ଗଡତ୍ୟା, ପ୍ରିୟନାଥ ଦଣ୍ଡସେନା, ଗୋପିନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.