ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ତରଫରୁ ଅକ୍ଷୟ ତୃତୀୟା ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଚାଷୀମାନେ ଏହି ଦିନକୁ ଖୁବ୍ ଆନନ୍ଦ ଉତ୍ସାହର ସହ ପାଳନ କରିଥାନ୍ତି । ଆଜି ଚାଷୀ ଭାଇ ନିଜ କ୍ଷେତ କିଆରୀକୁ ଯାଇ ଗୁଆ, ପଣା ଦେଇ ପୂଜା କରି ଚାଷ ଅନୁକୂଳ କରିଥାଏ । କ୍ଷେତରେ ବିହନ ପକାଇ ଚାଷ କାର୍ଯ୍ୟ ଆରମ୍ଭ କରେ । ବିଶ୍ଵାସ ଅଛି ଏହି ଦିନଠାରୁ ଚାଷ ଆରମ୍ଭ କଲେ ଚାଷ ଭଲ ହୋଇଥାଏ । ତେବେ ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ଆଚଂଳିକ କମିଟି ବଲାଙ୍ଗିରଙ୍କ ଆନୁକୂଲ୍ୟରେ ଲର୍କିପାଲି ଠାରେ ଏହି ପର୍ବକୁ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ପୂଜାର୍ଚ୍ଚନା କରିବା ପରେ ଅଖି ମୁଠି ଧରି ବିଲକୁ ଯିବା ପରେ ସେଠାରେ ମାଟି ପୂଜା କରି ଅଖି ମୁଠି ବୁଣିଛନ୍ତି ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ଆଚଂଳିକ କମିଟିର ସଭାପତି ଶୁଭ୍ରାଂଶୁ ପଟେଲ । ପରେ ପାରମ୍ପରିକ ପଦ୍ଧତିରେ ହଳ ଲଙ୍ଗଳ କରି ମଂଜି ବୁଣିଥିଲେ । ଏହି ଅବସରରେ ସ୍ଥାନୀୟ ଗ୍ରାମବାସୀ ଓ ସମାଜର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.