ବ୍ରାହ୍ମଣ ପଡା ୟୁପି ସ୍କୁଲରେ ରୌପ୍ୟ ଜୟନ୍ତୀ ପାଳନ

  • ପୁରାତନ ଛାତ୍ର ଆମ ସ୍କୁଲ ଆମ ଦାୟିତ୍ୱ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜାଖମନ ମଣ୍ଡପରେ ସର୍ବ ପୁରାତନ ବ୍ରାହ୍ମଣ ପଡା ୧୯୯୯ ବ୍ୟାଚ ୟୁପି ସ୍କୁଲର ପୁରାତନ ଛାତ୍ରଛାତ୍ରୀ ୨୫ ବର୍ଷର ରୌପ୍ୟ ଜୟନ୍ତୀ ପାଳନ କଲେ । ଏହି ଉଦ୍ଦେଶ୍ୟରେ ସ୍କୁଲରେ ବିଭିନ୍ନ ଛାତ୍ରଛାତ୍ରୀ ଦେଶ ବିଦେଶ ବାହାରେ ରହିଥିବା ବେଳେ ସ୍କୁଲକୁ ମନେ ପକାଇଲେ । ଏହି ଉଦ୍ଦେଶ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆମ ସ୍କୁଲ ଆମ ଦାୟିତ୍ୱ ସଭାକୁ ସଭାପତିତ୍ୱ କରିଥିଲେ ଶଶାଙ୍କ ଶେଖର କବାଟ ଓ ପରିଚାଳନା କରିଥିଲେ ପ୍ରଶାନ୍ତ ମହାକୁର । ଆଗାମୀ ଦିନରେ ସ୍କୁଲରେ ବୃକ୍ଷରୋପଣ, ରକ୍ତଦାନ ଶିବିର, ଆଲୋଚନା ଚକ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରାତନ ଛାତ୍ରମାନେ ଏକାଠି ହୋଇ ସ୍କୁଲକୁ କିଭଳି ଅନୁଦାନ ଦେବେ ସେ ଉପରେ ଆଲୋଚନା କରିଥିଲେ । ଏଥିରେ ବାହାର ରାଜ୍ୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ସନ୍ଧ୍ୟାରାଣୀ ମିଶ୍ର, ଝରଣା ମିଶ୍ର, ଲିଲି ମୁନି, ଅନୁସୟା ପୃଷ୍ଟି, ରଶ୍ମିତା ଭଞ୍ଜ, ସୁନିତା ସ୍ୱାଇଁ, ଗୀତାଞ୍ଜଳି ମୁନି, ଝରଣା ବେହେରା, ସୁବାଷ ସ୍ୱାଇଁ, ଆଶିଷ ସ୍ୱାଇଁ, ପ୍ରକାଶ କବାଟ, ସଚିନ ବେହେରା, ନୀଳମାଧବ ସାହୁ, ଶ୍ରୀପତି ସିଂ, ରଂଜନ ସାହୁ, କାଳିଆ ସ୍ୱାଇଁ, ସଚିନ ବେହେରା, ରିନୟା କବାଟ, ସୁଶିଲ ବେହେରା, ସୌମ୍ୟ ପଣ୍ଡା, ଲକ୍ଷ୍ମୀପ୍ରୀୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.