ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ଥିତ ରାମକୃଷ୍ଣ ମିଶନରେ ଶ୍ରୀ ଶ୍ରୀ ରାମକୃଷ୍ଣ ଦେବଙ୍କର ୧୩୧ତମ ଜନ୍ମ ଦିବସ ଉପଯୁକ୍ତ ମର୍ଯ୍ୟାଦା ସହ ପାଳିତ ହୋଇଯାଇଛି । ଏହି ପବିତ୍ର ଦିନରେ ମଙ୍ଗଳ ଆରତୀ, ବେଦ ଆବୃତ୍ତି, ହୋମ, ଭବନ, ପ୍ରବଚନ, କଥାମୃତ, ପାଠ, ପୁଷ୍ପାଞ୍ଜଳି, ଭୋଗ ଓ ପ୍ରସାଦ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ଚାରିଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ କରିଥିଲେ । ସନ୍ଧ୍ୟାରେ ବିଶେଷ ସନ୍ଧ୍ୟା ଆଳତି ଓ ରାମକୃଷ୍ଣ ସଂକୀର୍ତ୍ତନ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ସ୍ୱାମୀ ଦିବ୍ୟ ସ୍ୱରୁପାନନ୍ଦ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜନ୍ମଦିନ ପୂର୍ବରୁ ଓ ପରଦିନ ଅଭାବି ଲୋକମାନଙ୍କୁ ମହାରାଜ ପ୍ରାୟ ଚାରିଶହ କମ୍ବଳ ବିତରଣ କରିଥିଲେ ।
Prev Post
Next Post