ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ରିକାପଲ୍ଲୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦିନିକିଆ ପାଣି ପଞ୍ଚାୟତ-ପକ୍ଷ ପାଳନ ଅବସରରେ ପିଲାଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତାମାନ ଶନିବାର ସଂଗଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ-ପକ୍ଷ ପାଳନ କାର୍ଯ୍ୟକ୍ରମ ଅବସରରେ ସଂଗଠିତ ହୋଇଥିବା ବତ୍କୃତା, ଚିତ୍ରାଙ୍କନ, କୁଇଜ୍ ପ୍ରତିଯୋଗିତା ସହ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକର ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତା ରାଣୀ ରାଉତ୍ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକର ତର୍ଜମା କରିଥିବା ବେଳେ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀତା ରଥ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କ୍ଷୁଦ୍ର ଜଳସେଚନ ବିଭାଜନ ଗଞ୍ଜାମ- ୨, ବ୍ରହ୍ମପୁର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ବେଳେ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ସୁଶାନ୍ତ କୁମାର୍ ମୁନି, କନିଷ୍ଠ ଯନ୍ତ୍ରୀ ଇଂ. ନରସିଂହ ପାତ୍ରଙ୍କ ସମେତ ବହୁବରିଷ୍ଠ ଅଧିକାରୀ, ଯନ୍ତ୍ରୀଗଣ ଯୋଗଦେଇଥିଲେ ।