ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡିସେମ୍ବର ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଗ୍ରାହକ ପଖୱାଡା ପାଳନ ଅବସରରେ ୧୫ ତାରିଖ ସୋମବାର ଅପରାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ (ସଂଘ କାର୍ଯ୍ୟାଳୟ) ଠାରେ ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଶାଖା ତରଫରୁ ‘ଗ୍ରାହକ ପଖୱାଡା’ (ଗ୍ରାହକ ପକ୍ଷ) ପାଳନ ଆରମ୍ଭ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ବୟଜ୍ୟେଷ୍ଠ ଅଧିବକ୍ତା ତଥା ପଞ୍ଚାୟତର ବରିଷ୍ଟ ସଦସ୍ୟ ଅଶୋକ କୁମାର ମିଶ୍ର ପୂଜା ଅର୍ଚ୍ଚନା ପ୍ରଦୀପ ପ୍ରଜ୍ୱଳନ କରି ପକ୍ଷ ପାଳନ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ପୂର୍ବତନ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଭାପତି ତଥା ବର୍ତ୍ତମାନ କାର୍ଯ୍ୟକାରିଣୀ ସଦସ୍ୟ ଅଧିବକ୍ତା ଶଶି ଭୂଷଣ ପୁରୋହିତ ମୁଖ୍ୟ ଅଟିଥି ଭାବରେ ଯୋଗଦେଇ ପଞ୍ଚାୟତର କାର୍ଯ୍ୟପ୍ରଣାଳୀରେ ବିସ୍ତାର କରି ଗ୍ରାହକ ପଞ୍ଚାୟତକୁ ଗ୍ରାହକ ସମସ୍ୟାର ନିରାକରଣ ଦିଗରେ କାମ କରିବାକୁ ମତ ଦେଉଥିଲେ । ଏହି ପକ୍ଷ ପାଳନ ଭିତରେ ବିଭିନ୍ନ ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀ ମାନଙ୍କୁ ଗ୍ରାହକ ବିଷୟକ ସଚେତନତା ସୃଷ୍ଟି ପାଇଁ ଗ୍ରାହକ ପଞ୍ଚାୟତ ସଚେତନ ସଭା ଓ ଅନ୍ୟ କାର୍ଯ୍ୟକ୍ରମ ପାଇଁ ମତ ଦେଇଥିଲେ । ବର୍ତ୍ତମାନ ଅନେକ ସମୟରେ ହେଉଥିବା ସାଇବର ଠକ ମାନଂକ ଦ୍ୱାରା ବିଭିନ୍ନ ପ୍ରକାର ଉପଭୋକ୍ତାଙ୍କୁ ଭୟଭୀତ କରି ଅର୍ଥ ଲୁଟି ନେଉଥିବା ସଧାରଣ ଘଟଣା ହୋଇଯାଇଛି । ଗ୍ରାହକମାନେ ଏହି ଅପରାଧ ପ୍ରତି ସଚେତନ ରହି ମୋବାଇଲ ବ୍ୟବହାର କାରୀମାନଙ୍କୁ ସଚେତନ କରିବା ଉପରେ ମତ ଆସିଥିଲା । କୌଣସି ଏଭଳି ପରିସ୍ଥିତିରେ କଲ ଆସିଥିବା ମୋବାଇଲରେ କଥା ଜାରୀ ରଖି ଅନ୍ୟ ମୋବାଇଲରୁ ୧୯୩୦ ନମ୍ବର ସହିତ ଯୋଗାଯୋଗ କରି ସାହାଯ୍ୟ ନେବାକୁ ମତ ପ୍ରକାଶ ପାଇଥିଲା । ପଞ୍ଚାୟତ ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଇଁ ଗୋଟିଏ ଗ୍ରାହକ ସହଯୋଗ କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତାବ ଆସିଥିଲା । ଏଦିଗରେ ଆଗକୁ ପ୍ରଚେଷ୍ଟା କରିବାକୁ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ମହେଶ୍ୱର ସାହୁ, କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ, କାର୍ଯ୍ୟକାରୀ ସଦସ୍ୟ ଗୋବର୍ଦ୍ଧନ ପାଣ୍ଡିଆ, ଇଂଜିନିୟର ଉମାଶଙ୍କର ସାହୁ, ସହ ସମ୍ପାଦକ ନିହାରିକା ମିଶ୍ର ସଦସ୍ୟ ପ୍ରଦୀପ କୁମାର ସାହୁ, ରାଜଶ୍ରୀ ତ୍ରିପାଠୀ ପ୍ରମୁଖ ଯୋଗଦେଇ ପ୍ରାକ ପ୍ରସ୍ତୁତି ବୈଠକରେ ଆଲୋଚନାରେ ଅଂଶ ଗ୍ରହଣ କରି ମତ ରଖିଥିଲେ । ଶେଷରେ ଶାନ୍ତି ପାଠରେ ବୈଠକ ସମାପନ ହୋଇଥଲା ।