jayashree

ବର୍ଣ୍ଣାଢ୍ୟ ପଟୁଆରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପାଳନ

  • ଠାକୁରଙ୍କ ରଥ ବିଜେନଗର ପରିକ୍ରମା ବେଳେ ଉଦଣ୍ଡକୀର୍ତ୍ତନରେ ଛତ୍ରପୁର ସହର ମୁଖରୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସତସଙ୍ଘବିହାର ପରିସରରେ ବର୍ଣ୍ଣାଢ୍ୟ ପଟୁଆରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପାଳନ ବିଧିବଦ୍ଧ ଭାବେ ରବିବାର ପ୍ରତ୍ୟୁଷରୁ ଆରମ୍ଭ ହୋଇଯାଇଛି । ଠାକୁର ଅବସ୍ଥାନ କରିଥିବା ଶ୍ରୀମନ୍ଦିରର ଦ୍ଵାଦଶତମ ବାର୍ଷିକୋତ୍ସବ ସହ ମହାସମାରୋହ ପାଳିତ ହୋଇଯାଇଛି । ରବିବାର ପ୍ରାତଃରେ ଉଷା କୀର୍ତ୍ତନ, ପୂର୍ବାହ୍ନରେ ଠାକୁରଙ୍କୁ ସୁସଜ୍ଜିତ ରଥ ବିମାନରେ ବସାଇ ନଗର କୀର୍ତ୍ତନ ଆଦି ସମାପନ ହୋଇଯାଇଛି । ଏହି ଅବସରରେ ସତସଙ୍ଘବିହାର ପରିସରରେ ଭଜନ ସମାରୋହ ଓ ବହୁ ଗଣ୍ୟମାନ୍ୟ ସାଧୁସନ୍ଥମାନଙ୍କ ଦ୍ୱାରା ଆଶୀର୍ବଚନ ପ୍ରଦାନ ଏବଂ ଆଧ୍ୟାତ୍ମିକ ବାଣୀ, ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତସଙ୍ଘବିହାରରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଆଧ୍ୟାତ୍ମିକ ବାତାବରଣ, ଜ୍ଞାନମେଳାରେ ମୁଖରୀତ ସୃଷ୍ଟି କରି ନୂତନବର୍ଷ ନିମନ୍ତେ ନୂଆଁ ଭକ୍ତିଭାବନାର ନୂତନ ସଞ୍ଚାର ଆଣିଦେଇଛି । ମଧ୍ୟାହ୍ନରୁ ଆନନ୍ଦବଜାର ଆରମ୍ଭ ହୋଇଛି । ଛତ୍ରପୁରସ୍ଥ ସତସଙ୍ଘବିହାରରେ ପରମପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଜନ୍ମୋତ୍ସବ ସମାରୋହ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇ ଭକ୍ତିଭାବାପନ୍ନରେ ସ୍ଥାନଟି ସଞ୍ଚାରିତ କରିଛି ।

Leave A Reply

Your email address will not be published.