ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତ ସଭାପତିତ୍ୱରେ ସମସ୍ତେ କିପରି “ବାଣ ଫୁଟାଇବା ପରିବର୍ତ୍ତେ ସବୁଜ ଦୀପାବଳୀ ପାଳନ କରିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ରାସାୟନିକ ବାଣ ପରିବର୍ତ୍ତେ ହାତ ତିଆରି ଦୀପ ଜାଳି ଦୀପ ପର୍ବ ପାଳନ କରିପାରିବା ବିଷୟରେ ଧାରଣା ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ସମ୍ପଦ ଖମାରୀ ଓ ରାଜୁ ମେହେର ମାଟିରୁ କିପରି ଦୀପ ତିଆରି କରିହେବ ତାହା ଶିଖାଇଥିଲେ । ବିଦ୍ୟାଳୟର ଛାତ୍ର ଓ ଛାତ୍ରୀମାନେ ନିଜ ହାତରେ ଦୀପ ତିଆରି କରିଥିଲେ । ଏହି ଅବସରରେ ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ତପସ୍ଵିନୀ ଦାସ ଯୋଗଦାନ କରି ମାଟି ଦୀପ ଜାଳି ଦୀପାବଳୀ ମନେଇବା ଦ୍ଵାରା ପରିବେଶ ପ୍ରଦୂଷଣ ରୋକିବା ଏକ କ୍ଷୁଦ୍ର ପ୍ରୟାସ ବୋଲି ମତ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ମନୋଜ କୁମାର ପୂଜାରୀ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ସବୁଜ ଦୀପାବଳୀ ପାଳନ କରିବା ପାଇଁ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ, ସଞ୍ଜୀବ ପୂଜାରୀ, ଲିପି ପ୍ରଧାନ, ବିଭୀଷଣ ଖମାରୀ, ମୀନକେତନ ଦାସ, ସୁରଜ୍ ଖମାରୀ, ସମୀର କାଠର, ସୌଭାଗିନି ସାହୁ, ସୂର୍ଯ୍ୟକାନ୍ତୀ କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ ।