ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପବ୍ଲିକ ସ୍କୁଲ୍ ପରିସରରେ ୭୯ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସତିଶ ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ଦେଶପ୍ରେମୀ ହେବା ପାଇଁ ଉଦବୋଧନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର କୋଷାଧ୍ୟକ୍ଷ ଆଲୋକ ବେଦବାକ୍, ସଭ୍ୟ ବାଦଲ୍ ମହାକୁର୍, ଶିରିଶ ଚନ୍ଦ୍ର ହୋତା ଯୋଗଦେଇଥିଲେ । ବରିଷ୍ଠ ଶିକ୍ଷକ ହରେକୃଷ୍ଣ ନାୟକ ସଭା ସଂଯୋଜନା କରିଥିବାବେଳେ ଛାତ୍ରୀମାନେ ଦେଶାମତ୍ମବୋଧ ଗୀତ ଗାନ କରିଥିଲେ । ପରେ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜନ୍ମାଷ୍ଟମୀର ନୃତ୍ୟ ପରିବେଷଣ କରାଯାଇଥିଲା ବିଦ୍ୟାଳୟର ଉପାଧ୍ୟକ୍ଷ ଦିପକ ବରାଲ ଓ ଉପାଧ୍ୟକ୍ଷା ମମିତା ବେହେରା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ଏବଂ ସମସ୍ତ କର୍ମଚାରୀଙ୍କ ସହିତ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ
