ଡିଏଭି ପବ୍ଲିକ ସ୍କୁଲରେ ୭୯ତମ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ନଗର ସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲଠାରେ ୭୯ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଏନ୍. ଆଇ. ଟି. ରାଉରକେଲାର ପ୍ରଫେସର ସରୋଜ କୁମାର ପଟେଲଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ । ଏଥି ସହିତ ବିଦ୍ୟାଳୟର ଏଲ୍. ଏମ୍. ସି ସଭ୍ୟ ଏସ୍. କେ ଯୋଶୀ, ରାଜେଶ ମଲହୋତ୍ରା, ଡ. ସ୍ଵାତୀ ରେଖା ମହାନ୍ତି, ମାନସୀ ପ୍ରଧାନ ମଧ୍ୟ ମଞ୍ଚରେ ଅଧ୍ୟକ୍ଷଙ୍କ ସହିତ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ଏହାପରେ ଏନ୍. ସି. ସି , ସ୍କାଉଟ୍, ଗାଇଡ୍, ଏୟାର ଉଇଙ୍ଗସ୍, କବ୍, ବୁଲ୍ ବୁଲ୍ ଛାତ୍ର ଛାତ୍ରୀ ପ୍ୟାରେଡ଼ କରିଥିଲେ । ବିଦ୍ୟାଳୟର ଚାରୋଟି ହାଉସର ଛାତ୍ରଛାତ୍ରୀ ମଧ୍ୟ ପ୍ୟାରେଡ଼ରେ ଯୋଗଦେଇ ଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ, ନାଟକ, ସର୍ବମୋଟ ୨୫୦ ଶିଶୁଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ପାକ୍ଷିକ ସମ୍ବାଦ ପତ୍ର ‘ପରଖ’ ଉନ୍ମୋଚନ, ସ୍ୱାଧୀନତା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ଇଂରାଜୀ, ଓଡ଼ିଆ ତଥା ହିନ୍ଦୀରେ ବକ୍ତବ୍ୟ ପ୍ରଦାନ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜେତା ଛାତ୍ର ଛାତ୍ରୀଙ୍କ ସମ୍ବର୍ଦ୍ଧନା, ଛାତ୍ରଛାତ୍ରୀଙ୍କ ଦ୍ୱାରା ମଞ୍ଚ ପରିଚାଳନା ଦିବସଟିକୁ ଉତ୍ସବ ମୁଖର କରିଥିଲା । ରାଜେଶ ମାଲହୋତ୍ରା ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱରେ ବିଦ୍ୟାଳୟର ସହ ସଂଯୋଜକ ବିଜୟ କୁମାର ମିଶ୍ର ଉପସ୍ଥିତ ରହି ସୁଚାରୁ ରୂପେ କାର୍ଯ୍ୟକୁ ସମ୍ପାଦନ କରିଥିଲେ ।

jittmm
Leave A Reply

Your email address will not be published.