
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ମନ୍ଦିର ପରିସରରେ ୧୨୭ତମ ସତଗୁରୁ କବୀର ସାହେବଙ୍କ ପ୍ରକଟ ଉତ୍ସବ କବୀର ପିଠଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୋଭାଯାତ୍ରା ଏବଂ ତୁଳସୀ କେ ଫୁଲ(ପଣ୍ଡୱାନି) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପନିକା ସମାଜ ଦ୍ୱାରା ଆୟୋଜିତ ଏହି ଜୟନ୍ତୀ ସଭାରେ ରାଜ୍ୟ ସ୍ତରୀୟ ଅଖଣ୍ଡ ମାନିକପୁରୀ ପନିକା ସମାଜ ଓଡିଶାର ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୁରୀ କବୀର ମଠର ମହନ୍ତ ଜଗଦୀଶ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବହୁ ସୁନ୍ଦର ଭାବେ ପ୍ରବଚନ ମାଧ୍ୟମରେ ଲୋକଙ୍କୁ ବୁଝାଇ ଦୁନିଆରେ ଗୁରୁମାନଙ୍କ ମଧ୍ୟରେ କବୀର ହିଁ ଶ୍ରେଷ୍ଠ ବୋଲି ନିଜର ମଧୁର କଣ୍ଠରେ ଶୁଣାଇ ଥିଲେ । ଏହାକୁ ଆୟୋଜନ କରିଥିଲେ ଚାରଗଡ଼ କୋମନା, ଖୋଲା, ପାଟନା ଓ ବୋଡାସମ୍ବର ମାନିକପୁରୀ ପନିକା ସମାଜ । ସମ୍ମାନିତ ଅତିଥିଭାବେ ନୃସିଂହନାଥ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ରାଜ୍ୟ ସ୍ତରୀୟ ସଭାପତି ଲାଲବାହାଦୁର ଦାସ ଏଥିରେ ସଭାପତିତ୍ୱ କରିଥିବାବେଳେ, କୋମନା ସର୍କଲ ସଭାପତି-କବି ଦାସ, ପାଟନା ସର୍କଲ ସଭାପତି-ନେହେରୁ ଦାସ, ଶାଖାତୋରା ସର୍କଲର ରୋମ ଦାସ , ଛିନପାନି ସର୍କଲ ସଭାପତି-ସନ୍ତୋଷ ଦାସ, ବୋଡାସମ୍ବର ସର୍କଲ ସଭାପତି-କ୍ଷୀରସାଗର ଦାସ ଓ ବିସୋରା ସର୍କଲର ନେତରାମ ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଜାତିର ଉନ୍ନତି ସହ ଯୁବକ ମାନେ ସମାଜକୁ କିପରି ସବୁ କ୍ଷେତ୍ରରେ ଉନ୍ନତି କରିବେ ସେନେଇ ଦିଗଦର୍ଶନ ଦେଇଥିଲେ । ରାଜ୍ୟ ସ୍ତରୀୟ ନିର୍ଣ୍ଣାୟକ କମିଟିର କର୍ମକର୍ତା ମାନଙ୍କ ସହଯୋଗ ଅତ୍ୟନ୍ତ ଗୁରୁତ୍ୱ ଥିଲା ବୋଲି ଖେମ ଦାସ କହିବା ସହ ସମସ୍ତଙ୍କ ଧନ୍ୟବାଦ ଦେଇଥିଲେ । ଉକ୍ତ ଉତ୍ସବରେ ପ୍ରେମ ଦାସ, ଦେବୀ ଦାସ, ସାଧେ ଦାସ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ମାନେ ସହଯୋଗ କରିଥିଲେ ।