
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ପାଳନ ହେଇଛି “ଆର୍ଟ ଅଫ ଗିଭିଂ” ଦିବସ । ବଲାଙ୍ଗିର କିସ କ୍ୟାମ୍ପସରେ ଏହା ପାଳନ ହୋଇଥିବା ବେଳେ ଏହି ସମାରୋହରେ ମଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବରେ ବଲାଙ୍ଗିର ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ପୌରାଧ୍ୟକ୍ଷା ଲିକାସାହୁ , ବଲାଙ୍ଗିର ସି.ଡିଏମ.ଓ ଡା. ରମଶେ ଚନ୍ଦ୍ର ସାହୁ , କିସ ଆବାସିକ ବିଦ୍ୟାଲୟର ପରିଚାଳନା କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁ, ଆଇନଜୀବି ପ୍ରିୟରଞ୍ଜନ ବହିଦାର, ସମାଜ ସେବୀ ଦିଲ୍ଲୀପ ନାୟକ ଯୋଗଦେଇଥିଲେ । ଚଲିତ ବର୍ଷର ବାର୍ତା ରହିଥିଲା – ନେବର ଗଡ ବା ପୋଡଶୀଙ୍କ ସହ ସୁସମ୍ପର୍କ ସ୍ଥାପନ । ଆମେ ପୋଡଶୀଙ୍କ ସହିତ ସୁସମ୍ପର୍କ ରଖିଲେ ସୁନ୍ଦର ଜୀବନ ଜିଇଁ ପାରିବା । ଅନ୍ୟକୁ ସାହାଯ୍ୟ କଲେ ଜୀବନରେ ଆନନ୍ଦ ପାଇବା । ୨୦୧୩ ମସିଆରୁ ବିଶ୍ୱବ୍ୟାପି ଏହା ପାଳନ ନେଇ କିସ କିଟର ପ୍ରତିଷ୍ଠାତା ତଥା ସମାଜସେବୀ ଡ. ଅଚ୍ୟୁତ ସାମନ୍ତ ପ୍ରୟାସ ଆରମ୍ଭ କରିଥିଲେ । ଆଜି ବଲାଙ୍ଗିରରେ ପାଳନ ସମୟରେ ଡ. ସାମନ୍ତଙ୍କୁ ସମସ୍ତେ ପ୍ରସଂଶା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରର ବିଭିନ୍ନ ସାମାଜିକ ଅନୁଷ୍ଠାନ ଯୋଗଦେଇ ଥିଲେ । ପ୍ରତିବର୍ଷ ମେ ୧୭ ତାରିଖରେ ଏହା ପାଳନ ହେଉଥିବା ବେଳେ ବଲାଙ୍ଗିର କିସ କ୍ୟାମ୍ପସରେ ଜିଲ୍ଲା ସ୍ତରୀୟ “ଆର୍ଟ ଅଫ ଗିଭିଂ ଦିବସ ପାଳନ ହୋଇଛି । ବଲାଙ୍ଗିର ସହର ସମେତ ଜିଲ୍ଲାର ୧୪ଟି ବ୍ଲକରେ ଏହି “ଆର୍ଟ ଅଫ ଗିଭିଂ ଦିବସ ପାଲନ କରାଯାଇଛି । ୨୦୧୩ ମସିଆରୁ ବିଶ୍ୱବ୍ୟାପି ଏହା ପାଳନ ନେଇ କିସ କିଟର ପ୍ରତିଷ୍ଠାତା ତଥା ସମାଜସେବୀ ଡ. ଅଚ୍ୟୁତ ସାମନ୍ତ ପ୍ରୟାସ ଆରମ୍ଭ କରିଥିଲେ । ଚଳିତ ବର୍ଷ ଓଡିଶାର ସମସ୍ତର ବ୍ଲକ ସମେତ ବିଶ୍ୱରେ ବିଭିନ୍ନ ସ୍ଥାନରେ ଏହା ପାଳନ ହୋଇଛି । ବଲାଙ୍ଗିର କିସରେ ଏନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର କିସ ର ଏ.ସି.ଇ.ଓ ରାଜ କୁମାର ପୁଝାରୀଙ୍କ ସମେତ କିସର କର୍ମଚାରୀ ଓ ଅଧିକାରୀ ସହୋଯାଗ କରିଥିବା ବେଲେ ସାମ୍ବାଦିକ ଚିତ ରଞ୍ଜନ ମିଶ୍ର ସଭାକାର୍ଯ୍ୟରେ ପରିଚାଳନା କରିଥିିଲେ ।