centurian jitm

ରେଡକ୍ରସ ଶାଖା ପକ୍ଷରୁ ହରିଶଙ୍କରଠାରେ ବିଶ୍ଵ ରେଡ଼କ୍ରସ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ହରିଶଙ୍କରଠାରେ ବିଶ୍ଵ ରେଡ଼କ୍ରସ ଦିବସ ୨୦୨୫ ପାଳନ କରାଯାଇଛି । ଏ ଅବସରରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ରେଡ଼କ୍ରସ ପତାକା ଉତ୍ତୋଳନ କରି ସାର ଜନ ହେନେରୀ ଦୁନାଣ୍ଟ ଙ୍କ ଜୀବନୀ ତଥା ରେଡକ୍ରସ ଦିବସର ମହନୀୟତା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଆଲୋକପାତ କରିଥିଲେ । ଏହାପରେ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗିରଙ୍କ ସହାୟତାରେ ହରିଶଙ୍କର ପରିସର ସଫେଇ କରାଯାଇଥିଲା । ଏହା ପରେ ପଲିଥିନ ବର୍ଜନ ପାଇଁ ସଚେତନତା ରାଲି ଓ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ପାଟଣାଗଡ଼ ଉପଜିଲ୍ଲାପାଳ ସୁନିଲ ମେହେର, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡଙ୍ଗୀ , ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ , ବଲାଙ୍ଗିର, ବନରକ୍ଷକ ଖପ୍ରାଖୋଲ ଏବଂ ବହୁ କର୍ମଚାରୀ, ଛାତ୍ରଛାତ୍ରୀ ତଥା ଜୁନିଅର ରେଡକ୍ରସ ଓ ଯୁବ ରେଡକ୍ରସ ସହ ସମ୍ବନ୍ଧିତ ଶିକ୍ଷକ-ଅଧ୍ୟାପକ, ରେଡକ୍ରସ ସ୍ଵେଚ୍ଛାସେବୀ ତଥା ସଭ୍ୟ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ବିଷ୍ଣୁ ପ୍ରସାଦ କେଡିଆ ସଭାକାର୍ଯ୍ୟରେ ଯୋଗ ଦେଇଥିଲେ । ଜିଲ୍ଲା ଶାଖା ସମ୍ପାଦିକା ଜିଲ୍ଲା ଶାଖା ତରଫରୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ହରିଶଙ୍କର ମହୋତ୍ସବରେ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ସାମାଜିକ ସେବା ଯୋଗାଇ ଦିଆଯିବ ।

Leave A Reply

Your email address will not be published.