କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ଅବସରରେ କଲମପୁର ପ୍ରାଥମିକ କୃଷି ସମବାୟ ସମିତିରେ ସଭାପତି ଶଙ୍କର୍ଷଣ ବେହେରା ପତାକା ଉତ୍ତୋଳନ କରିଛନ୍ତି । ଏହି ସମବାୟ ସପ୍ତାହ ନଭେମ୍ବର ମାସ ୧୪ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ବେଳେ ସ୍ୱେଚ୍ଛାକୃତ ଓ ମୁକ୍ତ ସଭ୍ୟ ପଦ, ଗଣତାନ୍ତ୍ରିକ ପଦ୍ଧତିରେ ସଭ୍ୟଙ୍କ ଦ୍ୱାରା ନିୟନ୍ତ୍ରଣ, ସଭ୍ୟଙ୍କ ଅର୍ଥନୈତିକ ଯୋଗଦାନ, ସ୍ୱାୟତ୍ତତା ଓ ସ୍ଵାଧୀନତା, ଶିକ୍ଷା ତାଲିମ ଓ ସୂଚନାର ବ୍ୟବସ୍ଥା, ସମବାୟ ସମିତି ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଓ ସମୁଦାୟ ପ୍ରତିନିଷ୍ଠା ଭଳି ୭ଟି ନୀତି ଉପରେ ପର୍ଯ୍ୟବେସିତ ରହିଛି । ସମବାୟ ହେଉଛି ଏକ ସ୍ୱୟଂଶାସିତ ସଂଘ ଯେଉଁଥିରେ ବ୍ୟକ୍ତି ବିଶେଷ ସ୍ଵେଚ୍ଛାକୃତ ଭାବେ ଏକତ୍ରିତ ହୋଇ ସେମାନଙ୍କର ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ, ଆବଶ୍ୟକତା ଚାହିଦା ଗୁଡ଼ିକ ଯୁଗ୍ମ ଅଧିକାର ଓ ଗଣତନ୍ତ୍ର ଭିତ୍ତିରେ ନିୟନ୍ତ୍ରଣ କରିଥାନ୍ତି । ସମବାୟ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଏହା ଏକ ପଦକ୍ଷେପ, ସମବାୟରେରେ ଅଭିନବତା, ଜ୍ଞାନ କୌଶଳ ଓ ଉତ୍ତମ ପ୍ରଶାସନ, ଉଦ୍ୟୋଗ ପ୍ରତିଷ୍ଠା, ନିଯୁକ୍ତି ସୁଯୋଗ ଓ କୌଶଳ ବୃଦ୍ଧିରେ ସମବାୟର ଭୂମିକା, ସମବାୟ ଭିତ୍ତିକ ଉଦ୍ୟୋଗ ଗୁଡ଼ିକର ରୂପାନ୍ତରଣ, ସହଯୋଗକୁ ସଶକ୍ତି କରଣ କରିବା, ମହିଳା, ଯୁବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ସୁବିଧା, ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଓ ଉତ୍ତମ ବିଶ୍ଵ ପ୍ରତିଷ୍ଠା ଦିଗରେ ସମବାୟର ଭୂମିକାକୁ ୭ ଦିନ ବ୍ୟାପି ୭ଟି ବିଷୟ ବସ୍ତୁ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଅବସରରେ ସମିତିର ସଦସ୍ୟ ପୀତବାସ ସାହୁ, ଦୀପକ କୁମାର ସାହୁ, ପବନ ମାଝୀ, କର୍ଯ୍ୟନିର୍ବାହୀ କ୍ଷେତ୍ର ମୋହନ ବାଗ, ସହସମ୍ପାଦକ ନଗେନ୍ଦ୍ର ନେଗୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ସମବାୟ ପତାକାକୁ ଅଭିନନ୍ଦନ ଜଣାଇଥିଲେ । ଶେଷରେ ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ଷେତ୍ର ମୋହନ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।