jayashree

୫୧ ତମ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଆୟୋଜନ ପାଇଁ କଳସ ଶୋଭାଯାତ୍ରା ଓ ଅଧିବାସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସର୍ବ ପୁରାତନ ନାମଯଜ୍ଞ କମିଟି ଟିକ୍ରାପଡା ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ୫୧ତମ ଅହୋରାତ୍ର ନାମଯଜ୍ଞ ଆୟୋଜନ କରୁଛି । ଚଳିତ ବର୍ଷ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ସଭାପତି ପ୍ରକାଶ ନେପାକ, ସମ୍ପାଦକ ଅଙ୍କୁଶ ହୋତା, କୋଷାଧ୍ୟକ୍ଷ ହରେକୃଷ୍ଣ ପାତ୍ର ତଥା ମହିଳା କମିଟି ସଭାପତି ବନେଶ୍ୱରୀ ବେହରା, ସମ୍ପାଦିକା ଲିନା ମହାନ୍ତି ଓ ବରିଷ୍ଠ ସଭ୍ୟ ଶରତ ଷାଣ୍ଢ, ଦୁର୍ଗା ସାହୁ, ପିଙ୍କୁ ପଣ୍ଡା, ବାବୁ ସା, ସଞ୍ଜୟ ଶତପଥି, ତୁଫାନ ସାହୁ, ଅଶୋକ ମିଶ୍ର, ସୁନାଧର ବନଛୋର, କୁନା ବେହେରା, ଦିଜରାମ ମିଶ୍ର, ରବି ଅଗ୍ରୱାଲ, ଦୁଲିଚନ୍ଦ ଅଗ୍ରୱାଲ, ରାଜେନ୍ଦ୍ର ମିଶ୍ର, ସୁନାଧର ବନଛୋର, ସତ୍ୟନାରାୟଣ ମହାକୁଡ, ମହିଳା ସଦସ୍ୟା ଲିଲି ବେହେରା, ସବିତା ବେହେରା, ରେବତୀ ସାହୁ, ପ୍ରଭାସିନୀ ମାହାଣା, ଦମୟନ୍ତୀ ବାଗ, ପିଙ୍କି ପଣ୍ଡା ଏବଂ ବରିଷ୍ଠ ସଭ୍ୟ ଭଗବା ବଗର୍ତ୍ତି, ଅନୁ ବେହରା, ରେବତୀ ସାହୁ, ମହେନ୍ଦ୍ର ବାଗ, ମୁନା ଖାନ, ବୈଷ୍ଣବ ସାହୁ ଉପଦେଷ୍ଟା କମିଟିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନାମଯଜ୍ଞ ଆୟୋଜନ କରାଯାଇଛି । ଗତ ୧୧ ତାରିଖ ସନ୍ଧ୍ୟାରେ କଳସ ଶୋଭାଯାତ୍ରା ସହ ଅଧିବାସ ପାଳନ କରାଯାଇଥିଲା । ଏହି ଅବସରରେ ସ୍ୱାମୀ ତେଜୟାନନ୍ଦ ସରସ୍ୱତୀ ଶୋଭାଯାତ୍ରାକୁ ସମ୍ବୋଧନ କରି ଦୀର୍ଘ ୫୧ ବର୍ଷ ଧରି ଅନବରତ ଭାବେ ନାମଯଜ୍ଞ ଆୟୋଜନ କରି ପ୍ରଭୁଙ୍କ ନାମାମୃତ ସଂସାରକୁ ପ୍ରଦାନ କରୁଥିବାରୁ ଏହି ଅନୁଷ୍ଠାନକୁ ଭୁୟସୀ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଥିଲେ । ୧୨ ତାରିଖ ମଙ୍ଗଳବାର ଠାରୁ ଅହୋରାତ୍ର ନାମ ଯଜ୍ଞ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣମୀ ଦିନ ପୂର୍ଣ୍ଣାହୁତି ହେବ ଏବଂ ସୁଦୁର କଳାହାଣ୍ଡି, ବୌଦ୍ଧ, ବରଗଡ ତଥା ବଲାଙ୍ଗିରର କିର୍ତ୍ତନ୍ୟ ଦଳ ଏବଂ କିର୍ତ୍ତନ୍ୟ ଗୁରୁମାନେ ପ୍ରଭୁଙ୍କ ନାମ ନେବାକୁ ଆସିବେ ବୋଲି ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନର ସଭାପତି ପ୍ରକାଶ ନେପାକ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି କମିଟି ସଦସ୍ୟ ତଥା ପଡାବାସୀଙ୍କ ଉପଦେଶ କ୍ରମେ ୫୧ତମ ବର୍ଷ ଠାରୁ ଟିକ୍ରାପଡା ରାମଜୀ ମନ୍ଦିର ସମ୍ମୁଖରେ ପ୍ରତି ବର୍ଷ ଏହି ନାମ ଯଜ୍ଞ ଆୟୋଜନ କରାଯିବ ବୋଲି ସମ୍ପାଦକ ଅଙ୍କୁଶ ହୋତା ପ୍ରକାଶ କରିଛନ୍ତି । କୋଷାଧ୍ୟକ୍ଷ କୁନୁ ପାତ୍ର, ବରିଷ୍ଠ ଉପଦେଷ୍ଟା ଭଗବାନ ବଗର୍ତ୍ତୀ, ଦୁଲିଚନ୍ଦ ଅଗ୍ରୱାଲ, ସତ୍ୟ ମହାକୁର, ଅନୁ ବେହେରା, ପ୍ରଦୀପ ସାହୁ, ବରିଷ୍ଠ ସଭ୍ୟ ଶରତ ଷାଣ୍ଢ, ଦୁର୍ଗା ସାହୁ, ପିଙ୍କୁ ପଣ୍ଡା, ବାବୁ ସା, ସଂଜୟ ଶତପଥି, ତୁଫାନ ସାହୁ, ସୁନିଲ ଦୋରା, ରାଜୁ ମିଶ୍ର, ବୈଷ୍ଣବ ସାହୁ, ଅଶୋକ ମିଶ୍ର, ସୁନାଧନ ବନଛୋର, ଦିଜରାଜ ମିଶ୍ର, ଶ୍ରୀବତ୍ସ ମହାଣା, ମହେନ୍ଦ୍ର ବାଗ, ମୁନା ଖାନ, କୁନା ବେହେରା, ସନ୍ତକ ବହିଦାର, ମହିଳା କମିଟି ସଦସ୍ୟା ପିଙ୍କି ପଣ୍ଡା, ସବିତା ବେହେରା, ମଞ୍ଜୁଲତା ମିଶ୍ର, ରେବତୀ ସାହୁ, ପ୍ରଭାସିନୀ ମାହାଣା, ନାମଯଜ୍ଞ ଆୟୋଜନ କମିଟି ସଭ୍ୟ ଥିବାବେଳେ ଟିଂକୁ ପଣ୍ଡା, ଟୁନୁ ସାହୁ, ପ୍ରଦୀପ ଦର୍ଜୀ, ଭରତ ପୋଢ, କୁନା ବେହେରା, ଟିନା ବେହେରା, ପ୍ରଭାତୀ ସାହୁ, ଲିନା ବହିଦାର, ରଂଜିତା ସାହୁ, ସାଗରିକା ସାହୁ, ପିଙ୍କି ପ୍ରମୁଖ କିର୍ତ୍ତନ୍ୟ ଦଳ ଯୋଗାଯୋଗ ତଥା ଚର୍ଚ୍ଚା ପାଇଁ ନିୟୋଜିତ ହୋଇଛନ୍ତି । କିର୍ତ୍ତନ୍ୟ ଦଳ ନିମନ୍ତ୍ରଣ କରିବାକୁ ଯୋଗୀନ୍ଦ୍ର ସାହୁ, ଶ୍ରୀବତ୍ସ ବେହେରା ଓ ଭୀମ ସାହୁଙ୍କୁ ନିୟୋଜିତ କରାଯାଇଛି । ଚଳିତ ବର୍ଷ ନାମଯଜ୍ଞର ମୁଖ୍ୟ କର୍ତ୍ତା ରୂପେ ଶିବ ପ୍ରସାଦ ରଥ ଏବଂ ତାଙ୍କ ସହଧର୍ମିଣୀ ନିଲମ ଶର୍ମା କାର୍ଯ୍ୟ ଭାର ତୁଳାଉଥିବା ବେଳେ ମୁଖ୍ୟ ପୂଜକ ଶୁକଦେବ ତ୍ରିପାଠୀ ଏବଂ ସାଥି ପୂଜା କାର୍ଯ୍ୟ ତୁଳାଇଛନ୍ତି ।

Leave A Reply

Your email address will not be published.