ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ଲୋଇସିଂହା, (ବିମଳେନ୍ଦୁ ମିଶ୍ର) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପ୍ରଧାନ ଆଚାର୍ଯ୍ୟ ଶିବ ବାରିକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଷୟରେ ଆଲୋକପାତ କରିଥିଲେ ଗୁରୁଜୀ ଦେବରାଜ ରାଉତ ଏବଂ ଗୁରୁମା ରଞ୍ଜିତା ବିଶ୍ୱାଳ । ଗୁରୁଜୀ ଶତୃଘ୍ନ ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କୁମୁଦିନୀ ସାହୁ । ପରିଶେଷରେ ଗୁରୁଜୀ, ଗୁରୁମା ବିଦ୍ୟାଳୟ ପରିସରରେ ସେବା କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.

error: Content is protected !!