oom

ପଦ୍ମପୁର ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରରେ ଭାଗବତ ଜନ୍ମୋତ୍ସୋବ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଭାଦ୍ରବ ପୂର୍ଣ୍ଣିମା ତିଥିରେ ଓଡ଼ିଆ ମତ ଅନୁଯାଇ ଭାଗବତ ଜନ୍ମ ଉପଲକ୍ଷେ ଭାଗବତ ପଠନ ଏବଂ ପୂଜାର୍ଚ୍ଚନା କରାଯାଇଛି । ସେହି ଉପଲକ୍ଷେ ପଦ୍ମପୁର ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ପ୍ରଭୁଙ୍କର ମନ୍ଦିରରେ ଭାଗବତ ଜନ୍ମ ଉପଲକ୍ଷେ ପ୍ରଭୁଙ୍କର ରାଧାମାଧବ ରୂପରେ ପୂଜାର୍ଚ୍ଚନା ସହ ଭାଗବତ ପଠନ କରାଯାଇଥିଲା । ଏହି ଅବସରରେ ଶ୍ରୀମଦ ଭାଗବତରେ ଥିବା ଜୀବନ ଉପଦେଶୀ ଜ୍ଞାନ ସମ୍ପର୍କରେ ଶ୍ରୋତା ମାନଙ୍କୁ ବୁଝାଇଥିଲେ । ତେବେ ଭାଗବତ ଜନ୍ମ ପୂଜା କର୍ମ ଓ ପଠନରେ ପଣ୍ଡିତ ରଘୁନାଥ ତ୍ରିପାଠୀ, ଗୋବିନ୍ଦ ହୋତା, ଅଶୋକ ପଣ୍ଡା, ଉଦୟନାରାୟଣ ନନ୍ଦ, ଦେବେନ୍ଦ୍ର ତ୍ରିପାଠୀ, ବ୍ରଜମୋହନ ନନ୍ଦ, ବିଘ୍ନରାଜ ନନ୍ଦ, ରାଜୀବ ନନ୍ଦ, କାନ୍ତିଲତା ଦାଶ, ଦୋଳମଣୀ ଦାଶ, ପରମେଶ୍ୱର ଦାଶ, ସନାତନ ଦାଶ, ଅମିତ ଦାଶ, ତନୁଜ ପଣ୍ଡା, ସୁଧୀର ଚନ୍ଦ୍ର ମିଶ୍ର ପ୍ରମୁଖ ଦାୟିତ୍ୱ ବହନ କରିଥିଲେ । ଏହି ଅବସରରେ ଶତାଧିକ ଶ୍ରୋତାଙ୍କ ଗହଳି ଥିବା ବେଳେ ସମୀର ନାୟକ ଜ୍ୟୋତି ଶିଖା ନାୟକ ଏବଂ ସୁନିଲ କୁମାର ବେହେରା ବେବି ବେହେରା ପୂଜାରେ କର୍ତ୍ତା ହିସାବରେ ଦାୟିତ୍ୱ ବହନ କରିଥିଲେ । ପୂଜା ସମ୍ପର୍ଣ୍ଣ ପରେ ସମସ୍ତ ଉପସ୍ଥିତ ଭକ୍ତଙ୍କ ପାଇଁ ଭୋଗ ବ୍ୟବସ୍ଥା ମନ୍ଦିର ପକ୍ଷରୁ କରାଯାଇଥିଲା । ଭବ୍ୟ ସମାରୋହରେ ଭାଗବତ ଜନ୍ମ ଉତ୍ସବ ସମ୍ପନ୍ନ ହୋଇଥିଲା ।

jittmm
Leave A Reply

Your email address will not be published.