ସଇଁତଲା ଶିଶୁ ମନ୍ଦିର ଓ ଇଂରାଜୀ ମିଡିୟମ୍‌ ବିଦ୍ୟାଳୟରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ଇଂରାଜୀ ମିଡିୟମ୍‌ (ଏସ୍‌ଡିକେଜି) ବିଦ୍ୟାଳୟ ଠାରେ ଜନ୍ମାଷ୍ଟମୀ ଉତ୍ସବ ଧୁମ୍‌ଧାମ୍‌ ସହ ପାଳନ ହୋଇଯାଇଛି । ଉତ୍ସବରେ ଛକୋରବାଞ୍ଜି ରାଧାକୃଷ୍ଣ ମଠର ମଠାଧୀଶ ସନ୍ଥ ଚନ୍ଦ୍ରଶେଖର ଦାସ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଦୀପ ପ୍ରଜ୍ଵଳନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ଶିଶୁ ଭାଇ ଭଉଣୀଙ୍କୁ ଜନ୍ମାଷ୍ଟମୀ ବିଷୟରେ ପ୍ରବଚନ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇ ପରିଚୟ ପ୍ରଦାନ କରିଥିଲେ । ଉକ୍ତ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ନୂତନ ହୋତା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବରିଷ୍ଠ ଗୁରୁଜୀ ସୀତାରାମ ପ୍ରଧାନ ମୁଖ୍ୟବକ୍ତା ଭାବରେ ଶିଶୁ ଭାଇଭଉଣୀଙ୍କୁ ଜନ୍ମାଷ୍ଟମୀର ମହତ୍ତ୍ଵ ଉପରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ପବିତ୍ର ଉତ୍ସବରେ କୁନି କୁନି ଶିଶୁ ଭାଇଭଉଣୀ ମାନେ ରାଧାକୃଷ୍ଣ ବେଶରେ ବିଦ୍ୟାଳୟକୁ ଆସି କାର୍ଯ୍ୟକ୍ରମଟିକୁ ମନମୁଗ୍ଧ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଗୁରୁମା ପୂର୍ଣ୍ଣିମା ମିଶ୍ର ଏହି ଉତ୍ସବର ପ୍ରମୁଖ ଦାୟିତ୍ଵ ତୁଲାଇଥିବା ବେଳେ ବିଦ୍ୟାଳୟର ଅନ୍ୟ ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ କରିଥିଲେ । ଶେଷରେ ବରିଷ୍ଠ ଗୁରୁମା ସୁଶ୍ରୀ ଗୀତାଞ୍ଜଳି ପସାୟତ ଧନ୍ୟବାଦ ଅର୍ପଣ କରି ଶିଶୁ, ଭାଇଭଉଣୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସେହିପରି କଅସରପଡା ସ୍ଥିତ ଇଂରାଜୀ ମିଡିୟମ୍‌ (ଏସ୍‌ଡିକେଜି) ବିଦ୍ୟାଳୟ ଠାରେ ମଧ୍ୟ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହ ପାଳନ ହୋଇଯାଇଛି । ବିଦ୍ୟାଳୟ ପ୍ରିନ୍‌ସିପାଲ୍‌ ସୁଜାତା ବାରିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଜନ୍ମାଷ୍ଟମୀ ମହୋତ୍ସବ ପାଳନ ହୋଇଯାଇଛି । ଏହି ପରିପେକ୍ଷୀରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଭୂମିକାରେ ଅଭିନୟ କରି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରିଥିଲେ । ଏଥିରେ ମୁଖ୍ୟତଃ ଶ୍ରୀକୃଷ୍ଣ, ରାଧା, ସୁଦାମା, ଭୀମ, ଅର୍ଜୁନ, ଦୁଃଶାସନ, ଦ୍ରୌପଦୀ ଭଳି ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ବେଶ ଆକର୍ଷଣୀୟ ରହିଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଭାଇସ୍‌ ପ୍ରିନ୍‌ସିପାଲ୍‌ ବିଜୟଲଷ୍ମୀ ମିଶ୍ର, ଗୌତମ ହରପାଳ, ରଶ୍ମିତା ବାଗ, ସସ୍ମିତା ସୁନା, ଦୀପାଞ୍ଜଳି ଛତ୍ରିଆ, ରାଣୀ ବେହେରା, ନିହାରିକା ମିଶ୍ର, ସନ୍ତୋଷୀ ପଟ୍ଟନାୟକ, ଇପ୍ସିତା ମହାନ୍ତି, କମଳକାନ୍ତ ସାହୁ, ମନୋଜ ରଣା, ଶମ୍ଭୁ ପ୍ରସାଦ ସାହୁ ଓ ପ୍ରିୟଙ୍କା ଦୀପଙ୍କ ସମେତ ବିଦ୍ୟାଳୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବିଦ୍ୟାଳୟ ପ୍ରିନ୍‌ସିପାଲ୍‌ ଶ୍ରୀମତୀ ବାରିକ ଜଣେ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ମହିଳା ହୋଇଥିଲେ ମଧ୍ୟ ହିନ୍ଦୁ ସମାଜର ଜନ୍ମାଷ୍ଟମୀ ପୂଜାରେ ଜଡିତ ରହି କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.