ପୂଜ୍ୟପୂଜା ସେବା ସଂଗଠନରେ ମା’ ପାର୍ବତୀ ଗିରି ଶ୍ରାଦ୍ଧଉତ୍ସବ ଓ ସଂଗଠନର ସ୍ୱନକ୍ଷତ୍ର ଦିବାସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସେବା ସଂସ୍ଥା ପୂଜ୍ୟପୂଜା ସେବା ସଂଗଠନରେ ମା’ ପାର୍ବତୀ ଗିରିଙ୍କ ଶ୍ରାଦ୍ଧଉତ୍ସବ ଓ ଅନୁଷ୍ଠାନର ୧୯ତମ ସ୍ୱନକ୍ଷତ୍ର ଦିବସ ପତିତପାବନ ଏକାଡେମୀ ସଭା ଗୃହରେ ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ସଂସ୍କୃତି ଗବେଷକ ଡ. ଘାସିରାମ ମିଶ୍ର ନିଜର ବକ୍ତବ୍ୟରେ ମା’ ପାର୍ବତୀ ଗିରିଙ୍କ ନିଃସ୍ୱାର୍ଥ ସେବା, ତ୍ୟାଗପୂତ ସଂପର୍କରେ ଆଲୋଚନା କରି ପୂଜ୍ୟପୂଜା ସେବା ସଂଗଠନ ଭଳି ସମାଜ ପ୍ରତି ଉତ୍ସର୍ଗୀକୃତ ଅନୁଷ୍ଠାନକୁ ଅଗ୍ରଗାମୀ କରିବା ପାଇଁ ସମାଜ ଓ ସରକାରୀ ସାହାଯ୍ୟ ସମର୍ଥନରେ ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରଶସ୍ୱୀ ଶିଶୁ ସାହିତ୍ୟିକ ଡ. ଯୁଗଳ କିଶୋର ଷଡଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ପାର୍ବତି ଗିରି ବାଲ୍ୟକାଳରୁ ସମାଜର ଚିନ୍ତା ସହିତ ବହ୍ନିକନ୍ୟା ରୂପେ ନିଜକୁ ଗଢି ଅଗଣିତ ଅନାଥ ଶିଶୁମାନଙ୍କ ମାଁ ହୋଇପାରିଥିଲେ ବୋଲି ଏବଂ ପାର୍ବତୀ ଗିରିଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ସଂଗଠନର ଜନସେବା ମୁଖ୍ୟ କର୍ମ ସକଳର ଭୂୟସୀ ପ୍ରଶଂସା କରିଥିଲେ । ଉକ୍ତ ପାର୍ବଣରେ ସଂରହିକା ମାଁ ଜ୍ୟୋସ୍ନାମୟୀ ମହାପାତ୍ର ଓ ଉପଦେଷ୍ଟା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଆଶିର୍ବଚନ ପ୍ରଦାନ କରି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ସଭାପତିରେ ଶ୍ରୀ ମିଶ୍ରଙ୍କର ଅଭିଭାଷଣ ମୁଖ୍ୟତଃ ନିରାମୟ ସମାଜ ଗଠନ ପାଇଁ ପରିବେଶର ସଂରକ୍ଷଣ ଓ ସଂବର୍ଦ୍ଧନ ଉପରେ ଆଧାରିତ ହୋଇଥିଲା । ସଂଗଠନର ପୂର୍ବତନ ପ୍ରତିଷ୍ଠାତା ସଭାପତି ମଦନ ମୋହନ ରଥ ସଂଯୋଜନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ସମାଜର ନିଃସ୍ୱାର୍ଥ ସେବା କରି ଆସୁଥିବା ୧୭ ଜଣ କୃତିବିଦୀଙ୍କୁ ସଂବର୍ଦ୍ଧିତ କରାଯାଇଥିଲା । ଏକ୍ରମରେ ବହୁମଖୀ ସେବା ଧର୍ମଧାରୀ ଡ. ଶ୍ରୀକର ମିଶ୍ରଙ୍କୁ ବହ୍ନିକନ୍ୟା ପାର୍ବତୀ ଗିରି ସେବା ସମ୍ମାନ ସହ ଡାକ୍ତର ମନମୋହନ ବାଗ, ଲଳିତ ପୁଝାରୀ, ଡା. ଦଶରଥ ମିଶ୍ର, ରଘୁନାଥ ବାବୁ, ଯୁଗଳ କିଶୋର ଷଡଙ୍ଗୀ, ପ୍ରମୋଦ କୁମାର ସାହୁ, ଜୟଦେବ ପଟେଲ, ସଂଗିତା ନାଗ, ମୋତିଲାଲ ଦୋର, ଡା. ଲକ୍ଷ୍ମୀପ୍ରୀୟା ସେଠୀ, କୃଷ୍ଣଚନ୍ଦ୍ର ମିଶ୍ର, ବିରଂଚି ନାରାୟଣ ଦାଶ, ଅଶୋକ କୁମାର ଦାଶ, କମଳିନୀ ପଣ୍ଡା, କଲ୍ୟାଣୀ ପଟେଲ ଓ ଅଜୟ ଶଂକର ପଟେଲଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସଭା ଆରମ୍ଭରେ କନିଷ୍ଠା ସଭ୍ୟ ସୃଜନୀ ଶୁଭଲକ୍ଷ୍ମୀଙ୍କ ଦ୍ୱାରା ବେଦ ପଠନ ଓ ଡ. ପ୍ରେମଚାନ୍ଦ ମହାନ୍ତି ଆବାହନୀ ସଂଗୀତ ଗାନ କରିଥିଲେ । ରତ୍ନମୟ ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଜଣାଇଥିଲେ । ସଂପାଦକ ସୁନାଧର ବନଛୋର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ପୂଜ୍ୟପୂଜା ସେବା ସମ୍ମାନ ୨୦୨୪ ପୁସ୍ତକକୁ ଅତିଥି ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଚୁଡେନ୍ଦ୍ର କୁମାର ବେହେରା, ଦୁର୍ଗା ସାହୁ, ସିତାଂଶୁ ନାୟକ, ମଧୁ ସାହୁ, କସ୍ତୁରୀ ରଥ, ତପସ୍ୱିନୀ ପଶାୟତ, ପ୍ରଦୀପ ପଶାୟତ, କପିଳ ପତି, ହୃଷିକେଶ ପୁରୋହିତ, ଶୁଭେନ୍ଦ୍ର ନେପାକ, ଧିରେନ୍ଦ୍ର ନାରାୟଣ ସିଂଦେଓ, ଅରୁଣ ଖୁଆସ, ନିହାରିକା ମିଶ୍ର, ମାଳତୀ ଉଦ୍‌ଗାତା, ଡ. ଭବାନୀ ଶଙ୍କର ପଟେଲ, ପ୍ରତିମା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ସଂଗଠନର ବରିଷ୍ଠ ସଦସ୍ୟ ଡା. ଅଶୋକ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.