୭୮ତମ ସ୍ୱାଧିନତା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ଭାରତୀୟ କେନ୍ଦ୍ର ସରକାରୀ କର୍ମଚାରୀ ଅବସରପ୍ରାପ୍ତ ସଂଘ ବଲାଙ୍ଗିର ଶାଖା ବଲାଙ୍ଗିର, ଇନ୍ଦିରାନଗର କାର୍ଯ୍ୟାଳୟ ଠାରେ ୭୮ତମ ସ୍ୱାଧିନତା ଦିବସ ପାଳନ କରାଯାଇଛି । କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧା ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରି ସମସ୍ତଙ୍କ କଣ୍ଠରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ମଧୁ ମିର୍ଦ୍ଧା, ଲୋକନାଥ ସୁନା, ନିଳାଂଚଳ ହୋତା, ଆନନ୍ଦ କୁମାର ବାରିକ ନିଜ ନିଜ ବକ୍ତବ୍ୟରେ ସ୍ୱାଧିନତାର ଉପଲବ୍ଧି, ବର୍ତ୍ତମାନ ଦେଶର ପରିସ୍ଥିତି ଏବଂ ପଡୋଶୀ ଦେଶମାନଙ୍କରେ ଲାଗି ରହିଥିବା ଅରାଜକତା ବିଷୟରେ ଆଲୋକପାତ ରଖିଥିଲେ । ସଂସାର ନାଗ, ଯଥା ବିଶ୍ୱାଲ, ଜନ୍ମେଜୟ ହୋତା, ନିଳାଂଚଳ ହୋତାଙ୍କର କରକମଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ବୃଷଭ ସା ଏବଂ କୋଷାଧ୍ୟକ୍ଷ ରାହାସ ବିହାରି ଭୋଇ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ବୃନ୍ଦାବନ ରଣା, ମନୋରଂଜନ ତ୍ରିପାଠୀ, ରମେଶ କୁମାର ମିଶ୍ର, ଲକ୍ଷ୍ମିନ୍ଦ୍ର ପୁଟେଲ, ଯଜ୍ଞକର ବାରିକ, କେଶ ପ୍ରମୁଖ ଅବସର କର୍ମଚାରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସାହାର୍ଯ୍ୟ କରିଥିଲେ । ଶେଷରେ ମିଷ୍ଟାନ୍ନ ବଣ୍ଟନ ବ୍ୟବସ୍ଥା ହୋଇଥିଲା ।

Leave A Reply

Your email address will not be published.