ଚୁଡାପାଲି ଶିଶୁମନ୍ଦିରରେ ସ୍ଵାଧୀନତା ଦିବସ ପାଳନ

ଚୁଡାପାଲି, (ରାଜେଶ ଦଣ୍ଡସେନା) : ଗୁରୁବାର ଦିନ ଆମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚୂଡ଼ାପାଲିରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ପରିଷଦର ପୂର୍ବତନ ସଭାପତି ଲୋକନାଥ କୁମୁରା ପତାକା ଉତ୍ତୋଳନ କରିଥିଲେ । ସମସ୍ତ ଭାଇଭଉଣୀଙ୍କୁ ନେଇଁ ସକାଳ ଘ. ୭ଟାରେ ପ୍ରଭାତ ଫେରି ହୋଇଥିଲା ଏଥିରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା ସକ୍ରିୟ ଅଂଶଗ୍ରହଣ କରିଥିଲେ । ପତାକା ଉତ୍ତୋଳନ ପରେ ମୁଖ୍ୟ ଅତିଥି ଲୋକନାଥ କୁମୁରା ଭାଇଭଉଣୀଙ୍କ ଉଦ୍ଦେଶ୍ୟରେ ମାର୍ଗଦର୍ଶନ କରିଥିଲେ । ପରିଚାଳନା ସମିତିର ସମସ୍ତ ସଭ୍ୟସଭ୍ୟା ଏବଂ କୋଷାଧ୍ୟକ୍ଷ ଲମ୍ବୋଦର ପଟେଲ ମହୋଦୟ ଉପସ୍ଥିତ ଥିଲେ । ସମାଜ ସେବୀ ବୈଶାମ୍ପାୟନ ଥନାପତି ସ୍ୱାଧୀନତା ଦିବସ ଅବସରରେ ପ୍ରଭାତ ଫେରିଠୁ ଆରମ୍ଭ କରି ଭାଇଭଉଣୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶମ୍ଭୁ ପ୍ରସାଦ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.