ଆରୋଗ୍ୟ ଜନ ସେବା କେନ୍ଦ୍ର ଓ ମାତୃ ଶକ୍ତି ମିଶନ ଆନୁକୁଲ୍ୟରେ ୭୮ତମ ସ୍ଵାଧିନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସମଗ୍ର ଦେଶରେ ୭୮ତମ ସ୍ୱାଧିନତା ଦିବସ ଧୁମ୍‌ଧାମରେ ପାଳନ କରାଯାଉଛି ଏହି ପରିପ୍ରେକ୍ଷୀରେ କୋଏଲ ନଗର ଡି -୧୪୭ରେ ଅବସ୍ଥିତ ଆରୋଗ୍ୟ ଜନ ସେବା କେନ୍ଦ୍ର ଓ ମାତୃ ଶକ୍ତି ମିଶନ ଆନୁକୁଲ୍ୟରେ ୭୮ତମ ସ୍ଵାଧିନତା ଦିବସ ପାଳନ କରାଯାଇଛି । ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱାଧୀନ ସଂଗ୍ରାମୀ କିସାନ ଗୋଏଲ୍ ମାତୃ ଶକ୍ତିଙ୍କ ଦେଶ ସମୃଦ୍ଧି ଓ ସମାଜ ଗଠନ କରିବାରେ ଯେଉଁ ଯୋଗଦାନ ରହିଛି ସେ ବିଷୟରେ ଉଦ୍‌ବୋଧନ ଦେଇଥିଲେ । ମାତୃ ଶକ୍ତିର ବହୁତ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । ଆରୋଗ୍ୟ ଜନ ସେବା କେନ୍ଦ୍ରର ନିର୍ଦ୍ଦେଶକ ଡ.ା ସାମନ୍ତ ସାହୁ ଓ ପ୍ରତିଷ୍ଠାତା ଡା. ଇନ୍ଦ୍ରମଣି ବେହେରା ଓ ଇସ୍ପାତ ଜେନେରାଲ ହସ୍ପିଟାଲର ଅବସର ମୁଖ୍ୟ ଫାର୍ମାସିଷ୍ଟ ଶୁଭ୍ରାଂଶୁ ଶେଖର ପରିଡ଼ାଙ୍କ ନେତୃତ୍ୱରେ ମିଶନ ମହିଳା ଶକ୍ତିର ମହିଳାମାନେ ତ୍ରିରଙ୍ଗା ପତାକା ଧରି କୋଏଲ ନଗର ଡି ବ୍ଲକ ପରିକ୍ରମା କରି ଜନ ଜାଗରଣ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ କରିଥିଲେ ।

Leave A Reply

Your email address will not be published.