ହମିରପୁର ଉନ୍ନୟନ ପରିଷଦର ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉନ୍ନୟନ ପରିଷଦର ସଭାପତି ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ହମିରପୁରର ତାରିଣୀ ମନ୍ଦିର ନିକଟରେ ଅଠସ୍ତରୀତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ପ୍ରଶାନ୍ତ କୁମାର ସୋମ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବଳିଦାନକୁ ସ୍ମରଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦେଶର ଉନ୍ନତି ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ । ବିଶିଷ୍ଟ ଐତିହାସିକ ପ୍ରଫେସର ପ୍ରଭାତ ମଲ୍ଲିକ ସ୍ୱାଧୀନତାର ଅନାଲୋଚିତ ଦିଗ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାୟକ ହମିରପୁରର ଉନ୍ନତିକଳ୍ପେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ବିଶିଷ୍ଟ କବି କୁଞ୍ଜ ବିହାରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଷଦର ଉପଦେଷ୍ଟା ଭୁବନେଶ୍ୱର ପ୍ରସାଦ ଆଚାର୍ଯ୍ୟ, ମହେଶ୍ୱର ସାହୁ, ଡ଼କ୍ଟର ଅରବିନ୍ଦ ବେହେରା, ବିଷ୍ଣୁ ଚରଣ ନାୟକ, ଏ. କେ. ବାଲଚଂଦାନୀ, ସନ୍ତୋଷ କୁମାର ରାୟଗୁରୁ, ମହେନ୍ଦ୍ର କୁମାର ପଣ୍ଡିତ, ଦୀନବନ୍ଧୁ ପାଢ଼ୀ, ବିଜୟାନନ୍ଦ ତ୍ରିପାଠୀ, କାନହ୍ନୁ ଚରଣ ଲେଙ୍କା, ମହେଶ୍ୱର ପଣ୍ଡା, ସ୍ୱାଧୀନ କୁମାର ସେନାପତି, ପୁଷ୍ପଲତା ରାୟଗୁରୁ, ସୁନୀତା ପୁହାଣ, ସୁକାନ୍ତି ତ୍ରିପାଠୀ, ମଉମିତା ବାନାର୍ଜୀ, କୌସ୍ତୁଭ କଲ୍ୟାଣ ସାହୁ, କ୍ରିଷ୍ଣା ପୁହାଣ, ଆଦିତ୍ୟ କୁମାର ପୁହାଣ, ଅଙ୍କିତ ଚକ୍ରବର୍ତ୍ତୀ ଅନ୍ୟମାନେ ଉପସ୍ଥିତ ରହି ଉତ୍ସବ ପରିଚାଳନାରେ ସାହାଯ୍ୟ କରିଥିଲେ । ପରିଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.