ଝାରବନ୍ଧ କଲେଜରେ ନିଆରା ଢଙ୍ଗରେ ସମ୍ବଲପୁରୀ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଏବର୍ଷ ନିଆରା ଢଙ୍ଗରେ ସମ୍ବଲପୁରୀ ଦିବସ ପାଳନ କରିଛି । ସମ୍ବଲପୁରୀ ଭାଷା ସଂସ୍କୃତି ଓ ପରିବେଶର ନିବିଡ଼ ସମ୍ପର୍କର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ଏବର୍ଷ ବୃକ୍ଷରୋପଣ ପୂର୍ବକ ମହାବିଦ୍ୟାଳୟରେ ସମ୍ବଲପୁରୀ ଦିବସ ପାଳନ କରାଯାଇଛି । ନିର୍ଦ୍ଧାରିତ ଶ୍ରେଣୀ ପାଠପଢ଼ା ସରିବା ପରେ, ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ ପୂର୍ବକ ଆଞ୍ଚଳିକ ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ସହିତ, ଛାତ୍ରଛାତ୍ରୀଙ୍କ ସହ ମିଳିତ ଭାବରେ ବୃକ୍ଷରୋପଣ କରିଥିଲେ । ବିଭିନ୍ନ କିସ୍‌ମର ପ୍ରାୟ ୮୦ ଗୋଟି ଚାରାରୋପଣ କରାଯାଇଥିଲା । ଏହା ସହିତ ପ୍ରଥମ ସେମିଷ୍ଠାରରେ ନୂତନ ଭାବରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା ଅନ୍ୟ ଅଧ୍ୟାପକ କର୍ମଚାରୀଙ୍କ ସହ ସ୍ୱାଗତ କରିଥିଲେ ତଥା ନିଜ କଳା ସଂସ୍କୃତି ଓ ପରିବେଶକୁ ସମ୍ମାନ ଦେଇ ତାର ସୁରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ । ସମଗ୍ର ମହାବିଦ୍ୟାଳୟ ସମ୍ବଲପୁରୀ ଦିବସରେ ହର୍ଷ ଆନନ୍ଦମୟ ହୋଇ ଉତ୍ସବ ମୁଖର ହୋଇପଡ଼ିଥିଲା । ଏଥିରେ କଲେଜର ସମସ୍ତ ଅଧ୍ୟାପକ କର୍ମଚାରୀ ତଥା ଛାତ୍ରଛାତ୍ରୀ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.