oom

ବରିଷ୍ଠ ନାଗରିକ ବାଞ୍ଛାନିଧି ରଥଙ୍କ ଜନ୍ମଦିନ ପାଳନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିରର ବରିଷ୍ଠ ସଦସ୍ୟ ବାଞ୍ଛାନିଧି ରଥଙ୍କ ୯୩ତମ ଜନ୍ମଦିନ ସ୍ଥାନୀୟ କୋଶଳ ନଗର ସ୍ଥିତ ସାନ ଭାଇ ଡ. ଗୋପବନ୍ଧୁ ରଥଙ୍କ ବାସଭବନରେ ଆନନ୍ଦ, ଉଲ୍ଲାସର ସହ ପାଳନ କରାଯାଇଛି । ଏହି ଅବସରରେ ଭାରତୀୟ ଶିକ୍ଷଣ ମଣ୍ଡଳର ଓଡିଶା ପଶ୍ଚିମର ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ଅଭିଭାବକ ମଂଚର ଉପସଭାପତି ପ୍ରଶନ୍ନ କୁମାର ମିଶ୍ର, ଅଭିନନ୍ଦନ ସାହିତ୍ୟ ପରିଷଦର ସଂପାଦକ ଦିବାକର ହୋତା ତଥା ପ୍ରଭୁଦ୍ଧ ପାଠକ ସଂସଦର ସଭାପତି ଧର୍ମବ୍ରତ ରଥ ଏବଂ ପୂଜ୍ୟପୂଜା ସେବା ସଂଗଠନର ସଦସ୍ୟମାନେ ବାଞ୍ଛାନିଧି ରଥଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ । ଅତିଥି ଗଣ ସେମାନଙ୍କ ବକ୍ତବ୍ୟରେ ଶ୍ରୀ ରଥଙ୍କ ନେତୃତ୍ୱରେ ୧୯୫୦ରେ ବଲାଙ୍ଗିର ଜିଲ୍ଲା ଫୁଟ୍‌ବଲ୍‌ ଟିମ୍‌ ରାୟପୁର ଯାତ୍ରା କରିଥିବା ଏବଂ ଜିଲ୍ଲା ହକି ଟିମ୍‌ର ଉନ୍ନତ ଖେଳ ପ୍ରଦର୍ଶନର ସ୍ମୃତିଚାରଣ କରିବା ସହ ରାଉରକେଲା ଷ୍ଟିଲ୍‌ ପ୍ଲାନ୍ଟ ସ୍ଥାପନ ପାଇଁ ଜମି ଅଧିଗହଣ ତଥା ନାଲକୋ ଆଲୁମୁନିୟମ୍‌ କାରଖାନାରେ ତାଙ୍କ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ । ବିନୋଦିନୀ ଉଦ୍‌ଗାତା ତଥା ଅନ୍ୟାନ୍ୟ ପରିବାର ସଦସ୍ୟ ଏହି ସମାରୋହରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.