ବିଦ୍ୟାଳୟସ୍ତରୀୟ ଶିକ୍ଷା ସପ୍ତାହ ପାଳନ

ଏସ୍‌. ରାମପୁର, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସୁଲେଇ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଶିକ୍ଷା ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପୁରୋତ୍ତମ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକୃତି ମିତ୍ର ଅନୁପ କୁମାର ଗଡ଼ନାୟକ ଯୋଗଦେଇ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଉପରେ କୌଶଳ ଗୁଡିକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଖାଇଥିଲେ । ଜାତୀୟ ଶିକ୍ଷା ନୀତିର ଚତୁର୍ଥ ବର୍ଷ ପାଳନ ଅବସରରେ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଚାଲିଛି । ଏହି ଅବସରରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ମେଳା, ଚଳଚିତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ, ନିପୁଣ ଭାରତ ଶପଥ ପାଠ, ଆର୍ଟ ଓ କ୍ରାଫ୍ଟ, ଖେଳଣା ଭିତ୍ତିକ ଶିକ୍ଷଣ, ଖେଳ ଭିତ୍ତିକ ଶିକ୍ଷଣ କାର୍ଯ୍ୟ, ଆୟୋଜିତ ହୋଇଥିଲା । ଇ ଯାଦୁଇ ପିଟାରା ମୋବାଇଲ ଆପ୍ଲିକେସନ୍‌ର ବ୍ୟବହାର ବିଷୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅବଗତ କରାଯାଇଥିଲା । ପୁରାତନ ଛାତ୍ର ଆକାଶ ସାହୁ ଅଭିଭାବକ, ଅଭିଭାବିକା, ପାଚକ, ପାଚିକା ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ନିତାଇ ମଟାରୀ ପରିଚାଳନା କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଗଜବନ୍ଧ କ୍ଲଷ୍ଟରର ପଣ୍ଡରାପାଲି, କେନ୍ଦୁପାଲି, କୁଶଦାଦର, କାଇସକନ୍ଦା, ଗଜବନ୍ଧ, ଧାତୁକିପାଲି ଓ ବ୍ରାହ୍ମଣୀପାଲି ବିଦ୍ୟାଳୟ ଗୁଡିକରେ ଏହି ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.