oom

ପାଲଲହଡା ବିଧାୟକଙ୍କୁ ଛତ୍ରପୁରରେ ସମ୍ବର୍ଦ୍ଧନା

jsmm

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଅନୁଗୁଳ ଜିଲ୍ଲା ପାଲଲହଡା ବିଧାୟକ ମୁକେଶ କୁମାରପାଲ୍ଙ୍କୁ ଏକ ଅନ୍ତରଙ୍ଗ ମୂହର୍ତ୍ତରେ ଛତ୍ରପୁର ସର୍କିଟ ହାଉସରେ ବିଜେଡ଼ି ପକ୍ଷରୁ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ପାଲଲହଡା ବିଧାୟକ ମୁକେଶ କୁମାର ପାଲ୍ ଏବଂ ଧର୍ମ ପତ୍ନୀଙ୍କ ସହ ଛତ୍ରପୁରକୁ ଚିତ୍ତବିନୋଦନ ଓ ଭ୍ରମଣ ଉଦ୍ଦେଶ୍ୟରେ ଆସିଥିବା କୁହାଯାଇଛି । ଆଗନ୍ତୁକ ଅତିଥୀ ଶ୍ରୀ ପାଲ୍ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱବନ୍ଦନୀୟା ମା’ତାରାତାରିଣୀଙ୍କ ଦର୍ଶନକରି ବିଭୂ-କଲ୍ୟାଣ ଲାଭ କରି ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ସର୍କିଟ ହାଉସରେ ରହଣୀ ପୂର୍ବକ ପଦାର୍ପଣ କରିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ନଗର ବିଜେଡ଼ି ସଭାପତି ବି.ରାଜିବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକଙ୍କ ସମେତ ବିଜେଡ଼ି ଲିଗାଲସେଲର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଅତିଥୀଦେବଙ୍କୁ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରି ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କର ଯାତ୍ରା ଶୁଭକାମନା କରିଛନ୍ତି ।

jittmm
Leave A Reply

Your email address will not be published.