
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ପକ୍ଷରୁ ଦେଶବ୍ୟାପି ସର୍ବନିମ୍ନ ମଜୁରି ଦାବି କଡାକଡି ଭାବରେ କାର୍ଯ୍ୟକାରୀ କରିବା ଦାବିରେ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଶ୍ରମର ସମ୍ମାନଜନକ ମୁଲ୍ୟାୟନ ଓ ଶ୍ରମ ଶୋଷଣ ବିରୁଦ୍ଧରେ ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ବଲାଙ୍ଗିର ସ୍ଥିତ କୋଶଲ କଳାମଣ୍ଡଳ ପଡିଆରୁ ଜିଲ୍ଲା ସଭାପତି ତୀର୍ଥ ପ୍ରଧାନଙ୍କ ନେତୃତ୍ୱରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାକରିଥିଲେ । ଭାରତୀୟ ଶ୍ରମ ସମ୍ମିଳନୀର ୧୫ତମ ସୁପାରିଶ ଭିତ୍ତିରେ ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ ବେଳେ ପ୍ରତ୍ୟେକ ଶ୍ରମିକର ଖାଦ୍ୟ, ବସ୍ତୁ, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବହନ, ବିଦ୍ୟୁତ, ମୋବାଇଲ ଏବଂ ଏହାର ରିଚାର୍ଜ, ବୃଦ୍ଧ ପିତାମାତା ସନ୍ତାନ ସନ୍ତତିଙ୍କ ବ୍ୟୟ କୁ ବିଚାରକୁ ନେଇ ମଜୁରି ନିର୍ଦ୍ଧାରଣ କରିବା, ଭାରତୀୟ ଶ୍ରମ ସମ୍ମିଳନୀର ୪୫ ଓ ୪୬ତମ ସୁପାରିଶ ମତେ ସମସ୍ତ ଜିଲ୍ଲା ଶ୍ରମିକ ଯଥା ଜାତୀୟ ସ୍ୱାସ୍ଥ୍ୟ ମିଶନର ଆଶା କର୍ମୀ, ଆସିଡିଏସ୍ ର ଆଙ୍ଗନୱାଡି କର୍ମୀ ଓ ସହାୟିକା, ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ ଜିବିକା ମିଶନର ଇସି ସଦସ୍ୟ ଓ ଅନ୍ୟାନ୍ୟ ସ୍କିମ ଶ୍ରମିକଙ୍କୁ ଶ୍ରମିକ ମାନ୍ୟତା ସହ ଏମାନଙ୍କ ଶ୍ରମକୁ ଓ ଗ୍ରାମ ପଂଚାୟତ ରାତ୍ର ଜଗୁଆଳି, ପିଅନ ଓ ସଫେଇ ଶ୍ରମିକଙ୍କ ଶ୍ରମକୁ ସୁନିଶ୍ଚିତ ଶ୍ରମ ତାଲିକାରେ ବିଜ୍ଞାପିତ କରିବା ସହ ସର୍ବ ନିମ୍ନ ମଜୁରି ପ୍ରଦାନ କରିବା ବ୍ୟବସ୍ଥା ପାଇଁ ଦାବି କରାଯାଇଛି । ସେହି ଭଳି ସରକାରୀ ଅନୁଦାନ ହ୍ରାତ ହେତୁ ଜିବିକା ହରାଇଥିବା ଉଦ୍ୟାନ ସାଥୀଙ୍କୁ କର୍ମ ନିଯୁକ୍ତି ଇତ୍ୟାଦି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଆଇଟିୟୁସିର ଜିଲ୍ଲା ସଭାପତି ତୀର୍ଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ସହ-ସଂପାଦକ ସାଏବୁ ନନ୍ଦ, ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘରୁ ମାଧବୀ କଲତା, କଲ୍ୟାଣି ଭାଟି, ପାଣ୍ଡବ ଭୋଇ, ଲଳିତ ରଣା, ଚନ୍ଦ୍ରିକା ରଣା, ପଙ୍କଜିନି ସେଠ, ସୁରେଖା ମାଝି, ନିର୍ମାଣ ଶ୍ରମିକ ସଂଘରୁ ଗୋପାଳ ଭୋଇ, ଜଗବନ୍ଧୁ ବେହେରା, ପୁରୁଷୋତ୍ତମ କର୍ମୀ, ହିରା ଜିଟିଡି ବିଦ୍ୟୁତ କର୍ମଚାରୀ ସଂଘରୁ ପି. ଦାମୋଦର ରାଓ, ଶରତ ସିଂ, ଅନିଲ ସେଠ, ନିଖିଳ ଓଡିଶା ଆଶା କର୍ମୀ ସଂଘରୁ ପ୍ରଭାସିନି ରାଏ, ସଂଜୁ ବାଗ, ଦମୟନ୍ତି ମହାନନ୍ଦ, ମମତା ଜେନା, ନିଳିମା ପଟେଲ, ମିନାକ୍ଷି ଜେନା, ଦିଲିପ ଭୋଇ, ସ୍ୱର୍ଣ୍ଣଲତା ଜାଲ, ପଦ୍ମାବତୀ ସା, ପ୍ରମୋଦିନୀ ନାଏକ, ସଂଯୁକ୍ତା ବେହେରା, ଲଳିତା ବାଗ, ଉଜୁଲି ମେହେର, ହରିପ୍ରୀୟା କୁମ୍ଭାର, ଗ୍ରାମ ପଂଚାୟତ ଶ୍ରମିକ ସଂଘର ବିଦୁର କୁମ୍ଭାର ଓ ଶ୍ୟାମ ପଟେଲ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।