ppurohit

ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ ଉପଲକ୍ଷେ ଟିଟିଲାଗଡ଼ ମୁସଲିମ ଜମାତ ପକ୍ଷରୁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

2nd

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ମୁସଲିମ ସମ୍ପ୍ରଦାୟର ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ୧୫ଶହତମ ଜନ୍ମ ଜୟନ୍ତୀ । ଏହି ଜୟନ୍ତୀଙ୍କୁ ପାଳନ କରିବା ପାଇଁ ସକାଳୁ ସମସ୍ତ ମୁସଲିମ ସମ୍ପ୍ରଦାୟର ଭାଇମାନେ ପ୍ରଥମେ ମସଜିଦକୁ ଆସି ନମାଜ ପାଠ କରିଥିଲେ । ତାପରେ ସେଠାରୁ ଏକ ବିରାଟ ଶାନ୍ତି ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏଥିରେ ଛୋଟରୁ ବଡ ସବୁ ବର୍ଗର ମୁସଲିମ ଭାଇମାନଙ୍କ ସହ ଛୋଟ ଛୋଟ ପୁଅଝିଅ ମଧ୍ୟ ସାମିଲ ହୋଇଥିଲେ । ଏହି ଅବସରରେ ଶୋଭାଯାତ୍ରାକୁ ଯାଇ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମଧ୍ୟ ମୁସଲିମ ଭାଇଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଶୋଭାଯାତ୍ରାରେ ମୁସଲିମ ସମ୍ପ୍ରଦାୟର ବରିଷ୍ଠ ସଦସ୍ୟ ତଥା ସହରର ବରିଷ୍ଠ ଆଇନଜୀବି ହାଜି ମହମ୍ମଦ ମୁସ୍ତାକ ଖାଁ, ଶେଖ୍ ପିରୁ, ସେଖ ସଫିକ, ଆତା ଉଲାହ ଖାଁ, ରଫିକ ଉଲ୍ଲା ଖାଁ, ରିୟ।ଜ ମହମ୍ମଦ, ଇଞ୍ଜିନିୟର ମହମ୍ମଦ ଆବାସ ଖାଁ, ହିଫ ଜୁଲ ରେହେମାନ, ଜାଫର ଖାଁ, ଘୁଫ୍ରାନ ବେଜ, ଅଜମଲ ଖାଁ, ଫାରୁଖ ଖାଁ, ନଜିର ମହମ୍ମଦ, ଇଞ୍ଜିନିୟର ମହମ୍ମଦ ମୁକ୍ତାର ଖାଁ, ଅସ୍‌ପାକ୍‌ ଖାଁ, ମହମ୍ମଦ ଅଜମତ ଖାଁ, କ୍ୱାଜ ମହମ୍ମଦ, ଖଲିଦ ଖାଁ, ଶୋହେଲ ଖାଁ, ମହମ୍ମଦ ମୋସିନ ଖାଁ, ମହମ୍ମଦ ତୋଷିଫ ଖାଁ, ଇମ୍ରାନ ଖାଁ, ଏହମଦ ମେମନଙ୍କ ସମେତ ପ୍ରାୟ ୧୫୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବାରେ ଟିଟିଲାଗଡ଼ର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.