ସାତକୋଶିଆ ଓ ତେଲକୋଇରେ ପକ୍ଷୀଗଣନା ଶେଷ

ହରଭଙ୍ଗା/ତେଲକୋଇ : ସାତକୋଶିଆ ଓ ତେଲକୋଇରେ ପକ୍ଷୀଗଣନା ଶେଷ । ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ଅନ୍ତର୍ଗତ ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ତର ଚକ୍ରଗଡ଼ଠାରୁ ବେଲପୁଞ୍ଜି ମଠ ପର୍ଯ୍ୟନ୍ତ ନଦୀର ଉଭୟ ପାଖରେ ଚାଲିଥିବା ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଯାଇଛି । ପକ୍ଷୀଗଣନା କାର୍ଯ୍ୟରେ ତିନୋଟି ବନଖଣ୍ତ ଅଧୀନରେ ୧୪ଟି ଟିମ୍‌ ଦ୍ୱାରା କାଠଡଙ୍ଗା ସାହାଯ୍ୟରେ ମହାନଦୀ ଓ ଅଭୟାରଣ୍ୟ ମଧ୍ୟରେ ଥିବା ଜଳଚର ପକ୍ଷୀଙ୍କ ଗଣନା କାର୍ଯ୍ୟ ଚାଲିଥିଲା । ଗଣନା କାର୍ଯ୍ୟରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ତ ଅଧୀନରେ ୫ଟି ଟିମ୍‌ କାର୍ଯ୍ୟରତ ଥିଲେ । ସେହିପରି ଛାମୁଣ୍ତିଆ ରେଞ୍ଜର ମହାନଦୀର କୁତୁରୀଠାରୁ ବଡ଼ମୂଳ ଏବଂ ବଡ଼ମୂଳଠାରୁ ଛାମୁଣ୍ତିଆ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିଥିଲା । ୬ଟି ଡିଭିଜନର ଗଣନା ରେକର୍ଡ ହସ୍ତାନ୍ତର ପରେ ନୂଆ ପ୍ରଜାତିର ପକ୍ଷୀ ଏବଂ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ଜଣାପଡ଼ିବ ବୋଲି ରେଞ୍ଜ ଅଫିସର ସଂସାର ବର୍ଗୀୟା ସୂଚନା ଦେଇଛନ୍ତି । ସେହିପରି କେନ୍ଦୁଝର ବନଖଣ୍ଡ ଅଧୀନ ତେଲକୋଇ ରେଞ୍ଜରେ ପକ୍ଷୀ ଗଣନା ବି ହୋଇଛି । ୨୦ଜଣ ବନ କର୍ମଚାରୀ ପକ୍ଷୀ ଗଣନାରେ ନିୟୋଜିତ ହୋଇଥିଲେ । ଦଣ୍ଡାଦର, ଖଜୁରିଆ, ଖୁଣ୍ଟାପଡ଼ା, କାକୁଡ଼ିଅମ୍ବା ଓ ସଲେଇକେନା ଆଦି ସ୍ଥାନରେ ଗଣନା କରାଯାଇଥିଲା । ତେଲକୋଇରେ ୮ଟି ପ୍ରଜାତିର ୮୦୨ଟି ପକ୍ଷୀ ରହିଥିବା ରେଞ୍ଜର ଶିବାଜୀ ମୋହନ ରାଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.