oom

ବିଶ୍ୱ ପକ୍ଷୀ ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ କରଙ୍ଗାକଟା, ନରସିଂହ ବନ୍ଧ ଓ ମାରୱାଡି ତଥା ୧୭ ଗୋଟି ବନ୍ଧ ଜଳାଶୟମାନଙ୍କରେ ପକ୍ଷୀ ଆଗାମନକୁ ନେଇ ପରିବେଶ ପ୍ରେମୀମାନଙ୍କ ଦ୍ୱାରା ସହରର କରଙ୍ଗାକଟାଠାରେ ବିଶ୍ୱ ପକ୍ଷୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପକ୍ଷୀ ସୁରକ୍ଷା ଉପରେ ସଚେତନ କରାଯାଇଥିଲା । ପକ୍ଷୀ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜାନୁୟାରୀ ୫କୁ ବିଶ୍ୱ ପକ୍ଷୀ ଦିବସ ଭାବରେ ପାଳନ କରାଯାଏ । ପରିବେଶ ପ୍ରେମୀ ତଥା ବଲାଙ୍ଗିର ସହରର ବୁଦ୍ଧିଜୀବୀମାନଙ୍କୁ ନେଇ ବିଶ୍ୱ ପକ୍ଷୀ ଦିବସ ଅବସରରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରଶାନ୍ତ ମହାକୁରଙ୍କ ଆବହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଧୁସୂଦନ ନାଏକ, ମନୋରଂଜନ ପୁରୋହିତ, ଜୟକୃଷ୍ଣ ମିଶ୍ର, ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର, ନଗେନ କବାଟ, ସୁରେନ୍ଦ୍ର ନେଗୀ, ରିଣ୍ଟୁ ସାହୁ ଓ ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.