oum

ଜାତୀୟ ପକ୍ଷୀ ଦିବସ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : “ଜାତୀୟ ପକ୍ଷୀ ଦିବସ” ହେଉଛି ଏକ ବିଶେଷ ଦିବସ ଯାହା କାନାଡା, ଯୁକ୍ତରାଷ୍ଟ୍ର ଏବଂ ଅନ୍ୟାନ୍ୟ ଦେଶରେ ପ୍ରତି ବର୍ଷ ଜାନୁଆରୀ ୫ରେ ଅନୁଷ୍ଠିତ ହୋଇଥାଏ । ଆମର ଏହି ପକ୍ଷୀ ବନ୍ଧୁମାନଙ୍କୁ ସମ୍ମାନ ଏବଂ ପ୍ରଶଂସା କରିବା ହେଉଛି ଆଜି ଏହି ଦିବସର ତାତ୍ପର୍ଯ୍ୟ ପକ୍ଷୀମାନେ ଚିତ୍ତାକର୍ଷକ ହେବା ସତ୍ତ୍ୱେ ବର୍ତ୍ତମାନ ବଡ଼ ବିପଦର ସମ୍ମୁଖୀନ ହୁଅନ୍ତି । ପକ୍ଷୀଙ୍କ ଉପସ୍ଥିତି ସ୍ଥାନୀୟ ପରିବେଶର ସୁସ୍ଥତାକୁ ସୂଚିତ କରିଥାଏ, ତେଣୁ ସେମାନଙ୍କୁ ପରିବେଶ ବାରୋମିଟର ବା ମାପକାଠି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଦିବସ ପକ୍ଷୀମାନଙ୍କ ସମ୍ମୁଖୀନ ହେଉଥିବା ବିଭିନ୍ନ ବିପଦ, ବେଆଇନ କାରବାର, ରୋଗ ଏବଂ ଜଳବାୟୁ ପରିବର୍ତ୍ତନର ବିପରୀତ ପ୍ରଭାବ ବିଷୟରେ ସଚେତନତା ଜାଗ୍ରତ କରେ । ମନୁଷ୍ୟକୃତ କାର୍ଯ୍ୟକଳାପ ପକ୍ଷୀ ଅବସ୍ଥାରେ ଅବକ୍ଷୟର ଏକ ମୁଖ୍ୟ କାରଣ ଅଟେ । ସେମାନଙ୍କ ପ୍ରାକୃତିକ ବାସସ୍ଥାନରେ ହସ୍ତକ୍ଷେପ ଦ୍ଵାରା ଇକୋସିଷ୍ଟମ ବା ପରିସଂସ୍ଥା ବ୍ୟାହତ ହୁଏ । ବିପରୀତ ପରିସ୍ଥିତିର ସାଧାରଣ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ପକ୍ଷୀ ବାଣିଜ୍ୟ, ବିଶ୍ଵ ତାପନ, ଜଙ୍ଗଲ ନଷ୍ଟ ହେବା, ପକ୍ଷୀମାନଙ୍କୁ ପୋଷା ମନେଇ ଘରେ ଆବଦ୍ଧ ରଖିବା ଏବଂ ଅନ୍ୟାନ୍ୟ ଅନେକ କାରଣ ଅନ୍ତର୍ଭୁକ୍ତ । ଇଗଲ, ମାକାଉ, ଏବଂ ବ୍ୟାଜର୍ ପରି ବିଦେଶୀ ପକ୍ଷୀମାନେ ସେମାନଙ୍କର ସୁନ୍ଦର ପୋଷା ପାଇଁ ଏବଂ ଖାଦ୍ୟ ଭାବରେ ବିକ୍ରି ହୁଅନ୍ତି । କିଛି ପକ୍ଷୀ ପ୍ରଜାତି ଯେପରିକି କାକାପୋ, ଫଳ କପୋତ, ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟାର୍ଡ, ରେଡ୍-ହେଡ୍ ଶାଗୁଣା, ବନ ଓଲେଟ୍, ଚାମଚ-ବିଲ୍ଡ୍ ସ୍ୟାଣ୍ଡପାଇପର, ବଙ୍ଗଳା ଫ୍ଲୋରିକାନ୍ ବିଲୁପ୍ତ ହେବାକୁ ଯାଉଛନ୍ତି । ଜାତୀୟ ପକ୍ଷୀ ଦିବସ ଏହି ଆଉହାନି ଗୁଡିକର ସମାଧାନ ତଥା ଦୂର କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ । ଉଡ଼ିବାର କ୍ଷମତା ସହିତ ପକ୍ଷୀମାନେ ଚିତ୍ତାକର୍ଷକ ଅଟନ୍ତି । ସେମାନଙ୍କୁ ମୁକ୍ତ ଆକାଶରେ ଗତିଶୀଳ ଦେଖିବା ଆଶ୍ଚର୍ଯ୍ୟଜନକ ହୋଇପାରେ, ତେବେ ସବୁଠାରୁ ବଡ଼ କଥା ହେଉଛି ଲୋକମାନେ ଏତେ ଦିନ ପର୍ଯ୍ୟନ୍ତ ସେମାନଙ୍କ ପ୍ରତି କିଭଳି ଆକର୍ଷିତ ହୋଇଆସୁଛନ୍ତି । ପକ୍ଷୀମାନେ ହୁଏତ ଆମକୁ ନିଜ ଉଦ୍ୟମରେ ଅଧିକ ଉତ୍ସର୍ଗୀକୃତ ହେବାକୁ ସର୍ବଦା ଶିଖାଇ ପାରନ୍ତି ।

Leave A Reply

Your email address will not be published.