ବଲଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବିଶେଷ କରି ଓଡିଆମାନଙ୍କ ଅତି ପ୍ରିୟ ଖାଦ୍ୟ ହେଉଛି ପଖାଳ । ସକାଳୁ ପଖାଳ କଂସାଏ ହେଲେ ଦିନସାରା ଆଉ କିଛି ଖାଇବାକୁ ଦରକାର ପଡିନଥାଏ । ଶୀତ, ବର୍ଷା, ଖରା ଦିନ ହେଉ କି ରାତି ପଖାଳ ହେଲେ କଥା ସରିଲା । ଏହି ଅବସରରେ ସାରା ବିଶ୍ୱରେ ପଖାଲ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ପୁଇଁନ୍ତଲା ଗ୍ରୀଡରେ ସିନିଅର ଲାଇନମ୍ୟାନ୍ ପବିତ୍ର ଖୁଣ୍ଟିଆଙ୍କ ତତ୍ୱାବଧାନରେ ପଖାଳ ଦିବସ ପାଳିତ ହୋଇଥିଲା । ମାଟି ହାଣ୍ଡିରେ ଦହି ପଖାଳ ସାଙ୍ଗରେ ଶାଗ, ଆଳୁ ବାଇଗଣ ଭର୍ତ୍ତା, ଭଜା, ପାତଲଘଣ୍ଟା ପୋଡା ସାଙ୍ଗକୁ ମାଛ ଭଜାର ଖାଇବା ଜମିଥିଲା । ସମସ୍ତେ ଅତି ଆନନ୍ଦର ସହିତ ଖଇ ପଖାଳ ଦିବସର ମଜା ଉଠାଇଥିଲେ । ଏହି ଅବସରରେ ସେକ୍ସନ୍ ଅଫିସର ସୂର୍ଯ୍ୟ ସ୍ନାଥ୍ ରଥ, ଇଏସଓ ବି ଆୟୁଷ ମେହେର, ଲାଇନମ୍ୟାନ ଶିବପ୍ରସାଦ ମିସ୍ତ୍ରୀ, ହରିହର ପଧାନ, କୃତିବାସ ପଧାନ, ସୁପରଭାଇଜର ଗୋପୀକାନ୍ତ ବେହେରା, ଲାଇନମ୍ୟାନ ପ୍ରଶାନ୍ତ ସାଏ, ମଣ୍ଟୁ ଚନ୍ଦନ, ପ୍ରଶନ୍ନ ପଧାନ, ଆଶିଷ ବାଗ, ଅଜିତ ସେଟ୍, ପ୍ରବୀଣ ପଧାନ, ରାଜେଶ ଦଣ୍ଡସେନା, ବିମ୍ବାଧର ସାଏ, ବିଶ୍ୱାମିତ୍ର କର୍ମୀ, ବାବୁଲାଲ ସାହୁ, ପିଙ୍କୁ କଠାର ପ୍ରମୁଖ ଯୋଗ ଦେଇଥିଲେ ।