om academy

ପାଇଥିବା ସୁନା ଲକେଟ ଫେରାଇଲେ କଣ୍ଡକ୍ଟର

jsm

ବାଲିକୁଦା : ବଡ଼ଚଣା ବ୍ଲକ୍‌ ବାଲିପଡ଼ିଆ ଗ୍ରାମର ବସ୍‌ କଣ୍ଡକ୍ଟର ରଞ୍ଜନ କୁମାର ସାମଲ ଏକ ସୁନା ଲକେଟ୍‌ ପାଇ ହଜାଇଥିବା ବ୍ୟକ୍ତିଙ୍କୁ ଫେରାଇ ଦେଇଛନ୍ତି । ହଜିଯାଇଥିବା ସୁନା ଲକେଟ୍‌ଟି ଫେରି ପାଇବା ପରେ ଏହାର ମାଲିକ ରଇପୁର ଗ୍ରାମର ଦିଲ୍ଲୀପ ତରାଇ ରଞ୍ଜନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଅନୁସାରେ ଗତ ୨୬ ତାରିଖରେ ଦିଲ୍ଲୀପଙ୍କ ନାତୁଣୀ ଲିପି(୨) ପରିବାର ସହ ମା’ ତାରିଣୀ ବସ୍‌ରେ କଟକ ଯାଉଥିଲା । ଏହି ସମୟରେ କୁନି ଝିଅଟି ବେକରୁ ସୁନା ଲକେଟ୍‌ଟି ଖସି ପଡ଼ିଥିଲା । କଟକରେ ସମସ୍ତ ଯାତ୍ରୀ ଓହ୍ଲାଇଯିବା ପରେ ବସ୍‌ରେ ପଡ଼ିଥିବା ସୁନା ଲକେଟ୍‌ଟିକୁ କଣ୍ଡକ୍ଟର ରଞ୍ଜନ ଦେଖିଥିଲେ । ଏହାକୁ ନିଜ ପାଖରେ ରଖିବା ସହ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରିଥିଲେ । ଖବର ପାଇ ଦିଲ୍ଲୀପ ପରେ ରଞ୍ଜନଙ୍କ ସହ ଯୋଗାଯୋଗ କରି ଲକେଟ୍‌ଟିକୁ ଆଣିଥିଲେ ।

Leave A Reply

Your email address will not be published.