ବଲାଙ୍ଗିର, (କେପିଏନ୍ଏସ୍) : ଆକାଶ୍ ଥି ମୁଡ଼ା ମୁଡ଼ା ମେଘ୍ ବାଦଲ୍, ମାତର୍କ’ ପାଏନ୍ ବର୍ଷିବାର୍ ନାଁ ନେଇଁ । ଘାଏ ଘାଏ ଏନ୍ତା ଖରା କେଁଚୁଛେ ଯେ, ତାଲୁ ଫାଟି ଗଲା ମେତାନ୍ ଲାଗୁଛେ । ବଡ଼ଭାଗୀ ଚାଷୀ ପଲ୍ହା ନେଇଁ ପକାବାର୍ । ଯେନ୍ମାନେ ବି ପଲ୍ହା ପକେଇ ଦେଇଛନ୍ ପାଏନ୍ ଅଭାବ୍ ଥି ସବୁ ଝଂଜ୍ମରେଇ ହଲ୍ଦିଆ ଛୁଟିଗଲାନ’ । ମୁଡେ଼ ହାତ୍ ଦେଇ ଡୁଗ୍ ଡୁଗ୍ ମୁଟ୍ ମୁଟ୍ ମେଘ୍ ବାଦଲ୍ କେ ଠଅଁକଉଛେ ଚାଷୀ । ଇଥର ଚାଷ୍ କେ ବନେ ବତର୍ ଦେବା ବର୍ଷା ବଲି ବଡ଼ା ଭର୍ସା କରିଥିଲା ଚାଷୀ । ହେଲେ ତାର୍ ସପନ୍ କୁର୍କୁଟି ହେବାର୍ କେ ବସ୍ଲାନ’ । ଚାଷ୍ କାମ୍ ଉଛୁର୍ ହେଇ ହେଇ ଯଉଛେ । ବର୍ଷାର ନାଁ ଗନ୍ଧି ନେଇଁ ।