
ଆଜି ନାରୀ ଶକ୍ତି ଏକ ବିକଶିତ ଭାରତ ସଂକଳ୍ପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରୁଛି : ପ୍ରଧାନମନ୍ତ୍ରୀ

● ଗତ ୧୧ ବର୍ଷ ମଧ୍ୟରେ, ଏନଡିଏ ସରକାର ମହିଳା ନେତୃତ୍ୱାଧୀନ ବିକାଶକୁ ପୁନଃପରିଭାଷିତ କରିଛି : ପ୍ରଧାନମନ୍ତ୍ରୀ
● ସ୍ୱଚ୍ଛ ଭାରତ ମାଧ୍ୟମରେ ମର୍ଯ୍ୟାଦା ସୁନିଶ୍ଚିତ କରିବାଠାରୁ ଆରମ୍ଭ କରି ଜନଧନ ଆକାଉଣ୍ଟ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଯନ୍ତ ବିଭିନ୍ନ ପଦକ୍ଷେପ ଜରିଆରେ ଆମର ନାରୀ ଶକ୍ତିକୁ ସଶକ୍ତ କରିବା ଉପରେ ଧ୍ୟାନ ଦିଆଯାଇଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବିକଶିତ ଭାରତ ଦିଗରେ ଜାରି ରହିଥିବା ଯାତ୍ରାରେ ମହିଳାମାନେ ଗ୍ରହଣ କରିଥିବା ପରିବର୍ତ୍ତନକାରୀ ଭୂମିକା ଉପରେ ଆଲୋକପାତ କରିଛନ୍ତି । ଏଥିସହିତ ସେ ଗତ ୧୧ ବର୍ଷ ମଧ୍ୟରେ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ସରକାରଙ୍କ ପ୍ରାଥମିକତା ଉପରେ ଆଲୋକପାତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ମା’, ଭଉଣୀ ଏବଂ ଝିଅମାନେ ଏପରି ସମୟ ଦେଖିଛନ୍ତି, ଯେତେବେଳେ ସେମାନଙ୍କୁ ପ୍ରତ୍ୟେକ ପଦକ୍ଷେପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ଆଜି ସେମାନେ କେବଳ ଏକ ବିକଶିତ ଭାରତର ସଂକଳ୍ପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁନାହାନ୍ତି, ବରଂ ଶିକ୍ଷା ଠାରୁ ବ୍ୟବସାୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଉଦାହରଣ ମଧ୍ୟ ସୃଷ୍ଟି କରୁଛନ୍ତି । ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଗତ ୧୧ ବର୍ଷରେ ନାରୀ ଶକ୍ତିର ସଫଳତା ସମସ୍ତ ନାଗରିକଙ୍କ ପାଇଁ ଗର୍ବର ବିଷୟ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏନଡିଏ ସରକାର ପ୍ରଭାବଶାଳୀ ପଦକ୍ଷେପର ଏକ ଶୃଙ୍ଖଳା ମାଧ୍ୟମରେ ମହିଳା ନେତୃତ୍ୱାଧୀନ ବିକାଶକୁ ପୁନଃପରିଭାଷିତ କରିଛି । ଏଥିରେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ମର୍ଯ୍ୟାଦା ସୁନିଶ୍ଚିତ କରିବାଠାରୁ ଆରମ୍ଭ କରି ଜନଧନ ଆକାଉଣ୍ଟ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ତୃଣମୂଳ ସ୍ତରରେ ସଶକ୍ତିକରଣ ଅନ୍ତର୍ଭୁକ୍ତ । ସେ ଉଜ୍ଜ୍ୱଳା ଯୋଜନାକୁ ଏକ ମାଇଲଖୁଣ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯାହା ଅନେକ ପରିବାରକୁ ଧୂଆଁମୁକ୍ତ ରୋଷେଇ ଘର ଯୋଗାଇ ଦେଇଛି । ସେ ଏହା ମଧ୍ୟ ଆଲୋକପାତ କରିଥିଲେ ଯେ ମୁଦ୍ରା ଋଣ ଲକ୍ଷ ଲକ୍ଷ ମହିଳାଙ୍କୁ ଉଦ୍ୟୋଗୀ ହେବା ଏବଂ ସ୍ୱାଧୀନ ଭାବରେ ସେମାନଙ୍କର ସ୍ୱପ୍ନ ପୂରଣ କରିବାରେ ସକ୍ଷମ କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମହିଳାମାନଙ୍କ ନାମରେ ଘର ଯୋଗାଇ ଦେବା ମଧ୍ୟ ସେମାନଙ୍କର ସୁରକ୍ଷା ଏବଂ ସଶକ୍ତୀକରଣ ଭାବନା ଉପରେ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇଛି । ପ୍ରଧାନମନ୍ତ୍ରୀ ବେଟୀ ବଚାଓ ବେଟୀ ପଢ଼ାଓ ଅଭିଯାନର ବିଷୟରେ ଉଲ୍ଲେଖ କରି ଏହାକୁ ସେ କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ଏକ ଜାତୀୟ ଆନ୍ଦୋଳନ ଭାବରେ ବର୍ଣ୍ଣନା କରିଥିଲେ । ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି, ଯେ ବିଜ୍ଞାନ, ଶିକ୍ଷା, କ୍ରୀଡା, ଷ୍ଟାର୍ଟଅପ୍ ଏବଂ ସଶସ୍ତ୍ର ବାହିନୀ ସମେତ ସମସ୍ତ କ୍ଷେତ୍ରରେ ମହିଳାମାନେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛନ୍ତି ଏବଂ ଅନେକ ଲୋକଙ୍କୁ ପ୍ରେରଣା ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେରେ ପୋଷ୍ଟର ଏକ ଶୃଙ୍ଖଳା ମାଧ୍ୟମରେ ଲେଖିଛନ୍ତି, ‘‘ଗତ ୧୧ ବର୍ଷ ମଧ୍ୟରେ, ଏନଡିଏ ସରକାର ମହିଳା ନେତୃତ୍ୱାଧୀନ ବିକାଶକୁ ପୁନଃ ପରିଭାଷିତ କରିଛନ୍ତି । ସ୍ୱଚ୍ଛ ଭାରତ ମାଧ୍ୟମରେ ମର୍ଯ୍ୟାଦା ସୁନିଶ୍ଚିତ କରିବାଠାରୁ ଆରମ୍ଭ କରି ଜନଧନ ଆକାଉଣ୍ଟ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ଜରିଆରେ ଆମର ନାରୀ ଶକ୍ତିକୁ ସଶକ୍ତ କରିବା ଉପରେ ଧ୍ୟାନ ଦିଆଯାଇଛି । ଉଜ୍ଜ୍ୱଳା ଯୋଜନା ଅନେକ ପରିବାରକୁ ଧୂଆଁମୁକ୍ତ ରୋଷେଇ ଘର ଦେଇଛି । ମୁଦ୍ରା ଋଣ ଲକ୍ଷ ଲକ୍ଷ ମହିଳା ଉଦ୍ୟୋଗୀଙ୍କୁ ନିଜସ୍ୱ ସ୍ୱପ୍ନ ପୂରଣ କରିବାରେ ସକ୍ଷମ କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳାମାନଙ୍କ ନାମରେ ଘର ମିଳିବା ମଧ୍ୟ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇଛି । ବେଟୀ ବଚାଓ ବେଟୀ ପଢ଼ାଓ କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ଏକ ଜାତୀୟ ଆନ୍ଦୋଳନକୁ ପ୍ରଜ୍ଜ୍ୱଳିତ କରିଛି । ବିଜ୍ଞାନ, ଶିକ୍ଷା, କ୍ରୀଡା, ଷ୍ଟାର୍ଟଅପ୍ ଏବଂ ସଶସ୍ତ୍ର ବାହିନୀ ସମେତ ସମସ୍ତ କ୍ଷେତ୍ରରେ ମହିଳାମାନେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛନ୍ତି ଏବଂ ଅନେକ ଲୋକଙ୍କୁ ପ୍ରେରଣା ଦେଉଛନ୍ତି ’’