oom

ଲୋଇସିଂହା ବ୍ଲକରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ଅକ୍ଟୋବର୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ପଦଯାତ୍ରା ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ ତଲିଉଡ଼ାର ପଂଚାୟତର ତଲିଉଡ଼ାର ଓ ଉପରଉଡ଼ାର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ଗ୍ରାମରେ ପଦଯାତ୍ରା କରାଯିବା ସହିତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ କରାଯାଇଥିଲା । ପଦଯାତ୍ରା ଆରମ୍ଭ ପୂର୍ବରୁ ଜ଼ିଲ୍ଲା ପରିଷଦ ପାଣ୍ଠିରୁ ଆସିଥିବା ତଲିଉଡ଼ାର ଛକରେ ଅମୃତଧାରା ଓ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଯୋଜନାରେ ଆସିଥିବା ଗୋଷ୍ଠୀକେନ୍ଦ୍ରର ଶୁଭ ଦିଆ ଯାଇଥିଲା । ବିଜେଡି ବ୍ଲକ ସଭାପତି ହୃଦୟାନନ୍ଦ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେଡି ରାଜ୍ୟପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ବରିହା, ବିଜେଡି ମହିଳା ସଭାନେତ୍ରୀ ଜ୍ୟୋସ୍ନାମୟୀ ନାଗ, ସମିତି ସଭ୍ୟ ସୁଦେଶ୍ନା ପଟେଲ, ସରପଞ୍ଚ ପ୍ରତିନିଧି ଜୟନ୍ତ ପଟେଲ, ରେଙ୍ଗାଲି ସମିତି ସଭ୍ୟ ଭକ୍ତ ବରିହା, ରତାଖଣ୍ଡି ସମିତି ସଭ୍ୟ ମିଶ୍ର ବରିହା, କ୍ଷମାନିଧି ବାଗ ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୈଳାଶ ବରିହା, ନେହେରୁ ବିଶ୍ୱାଲ, ଅଂଶୁମାନ ଗୁରୁ, ଜୟଦେବ ବାରିକ, ରାଜକିଶୋର ପଟେଲ, ଶେଷଦେବ ଖମାରି ପ୍ରମୁଖ ସହାୟତା କରିଥିଲେ ।

jittmm
Leave A Reply

Your email address will not be published.