oom

କୋଶଳ କଳାମଣ୍ଡଳ ପଡିଆରେ ଆଞ୍ଚଳିକ ଖାଦ୍ୟ ମେଳା ଓ ପ୍ରଦର୍ଶନୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାରେ ପାଳନ ହୋଇଯାଇଛି ଆଞ୍ଚଳିକ ଖାଦ୍ୟ ମେଳା ଓ ପ୍ରଦର୍ଶନୀ । ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ ଓଡ଼ିଶାର ଶ୍ରୀଅନ୍ନ ଓ ପାରମ୍ପରିକ କୃଷି ଐତିହ୍ୟକୁ ନେଇ ଆରମ୍ଭ ହୋଇଛି ଶ୍ରୀଅନ୍ନ ଅଭିଯାନ । ଆଜି ପ୍ରଦର୍ଶନୀରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲା କୃଷି ଅଧିକାରୀ ବାବୁଲି ସେଠୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପ୍ରଫୁଲ୍ଲ ଭଞ୍ଜ ପ୍ରମୁଖ ମଞ୍ଚାସୀନ ଥିଲେ । ମେଦବହୁଳତା, କ୍ୟାନ୍ସର, ସ୍ୱାସ୍ଥ୍ୟ ସମସ୍ୟା ବର୍ତ୍ତମାନର ଖାଦ୍ୟ ଅଭ୍ୟାସ ଉପରେ ନିର୍ଭରଶୀଳ । ମିଲେଟ୍‌ ଯୁକ୍ତ ଖାଦ୍ୟ କିମ୍ବା ପୁରୁଣା ଖାଦ୍ୟ ଶରୀର ପକ୍ଷେ ହିତକର ଥିଲା ବୋଲି ମଂଚାସୀନ ଅତିଥି ମତବ୍ୟକ୍ତ କରିଥିଲେ । ନୂତନ ଜ୍ଞାନକୌଶଳ ସହ ପୁରୁଣା ଖାଦ୍ୟକୁ ଲୋକାଭିମୁଖୀ କରାଇବା ସହ କେମିକାଲ୍‌ ସାର ବଦଳରେ ଜୈବିକ ସାର ପ୍ରୟୋଗ ପାଇଁ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ସମସ୍ତଙ୍କୁ ଷ୍ଟଲ୍‌ ପରିଭ୍ରମଣ କରିବା ସହ ଅଧିକରୁ ଅଧିକ ମାଣ୍ଡିଆ ବ୍ୟବହାର ପାଇଁ କହିଥିଲେ । ଏହି ମେଳାରେ ବିଭିନ୍ନ ଚାଷୀ, ଛାତ୍ରଛାତ୍ରୀ, ସାଧାରଣ ଲୋକ, ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ମେଳାରେ ୧୫ଟି ଷ୍ଟଲ୍‌ରେ ବିଭିନ୍ନ ଜନଜାତୀୟ ଦ୍ରବ୍ୟ, ମିଲେଟ୍‌ ଯୁକ୍ତ ଖାଦ୍ୟର ପ୍ରଦର୍ଶନୀ କରାଯାଇଥିଲା ।

jittmm
Leave A Reply

Your email address will not be published.