om academy

ଖବରକାଗଜ “ସକାଳ”ର ତୃତୀୟ ବର୍ଷରେ ପଦାର୍ପଣ : ବ୍ରହ୍ମପୁର ଅଫିସ ତରଫରୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖବରକାଗଜ ‘ସକାଳ’ ସଫତଳାର ସହ ତୃତୀୟ ବର୍ଷରେ ପଦାର୍ପଣ କରିଛି । ଏ ଅବସରକୁ ଆହୁରି ସ୍ମରଣୀୟ କରିବା ପାଇଁ ସକାଳ ଓ ନନ୍ଦିଘୋଷ ଟିଭି ଗୃପ ପକ୍ଷରୁ ଡ଼ିସେମ୍ବର ୧ ତାରିଖକୁ ବିଶ୍ୱ ଏଡ଼୍‌ସ ଦିବସ ଭାବେ ପାଳନ ପରିପ୍ରେକ୍ଷୀରେ ପ୍ରଭାତ ଫେରି ସ୍ୱରୂପ ଏକ ଗଣଦୌଡ଼ ଆୟୋଜିତ ହୋଇଥିଲା । ରାଜ୍ୟର ବିଭିନ୍ନ ସହର ଭଳି ବ୍ରହ୍ମପୁରଠାରେ ମଧ୍ୟ ମିନି-ମାରାଥନ୍‌ ଆୟୋଜନ କରାଯାଇଛି । ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଛକରୁ ଗଣ ଦୌଡ଼ ଆରମ୍ଭ ହୋଇ ଖଲ୍ଲିକୋଟ କଲେଜ ଏକକ ବିଶ୍ୱ ବିଦ୍ୟାଳୟ ଷ୍ଟାଡ଼ିୟମରେ ସମାପନ ହୋଇଛି । ଏହି ଅବସରରେ ବହୁ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ବ୍ରହ୍ମପୁର ଏସ୍‌ପି ଡ଼ଃ ସର୍ବଣା ବିବେକ ଏମ୍., ଜିଲ୍ଲା ବନବିଭାଗ ଅଧିକାରୀ ଅମ୍ଳାନ ନାୟକ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ମହାନଗର ଡେପୁଟୀ- ମେୟର ବିବେକ ରେଡ୍ଡୀ, ଛତ୍ରପୁର ବ୍ଲକ ଓଏଲଏମ୍ ଅଧିକାରୀ ମାନିନୀ ଜେନା ପ୍ରମୁଖ ବହୁ ଗଣ୍ୟମଣ୍ୟ ବ୍ୟକ୍ତି, ଅତିଥୀ, ସ୍ୱେଚ୍ଛାସେବୀ, ସଂଗଠକଙ୍କୁ ତାଙ୍କ ଆଦର୍ଶ କାର୍ଯ୍ୟ, ନିଷ୍ଠାପର ସେବାକୁ ସାଧୁବାଦ ଜଣାଇ ସକାଳ ପ୍ରକାଶନ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସାଂଗକୁ ସ୍ୱନାମଧନ୍ୟ କଳାକାରଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଥିରେ ବହୁ ସଂଗଠନ ମଧ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.