oom

୭୪ ବର୍ଷରେ ପଦାର୍ପଣ କଲେ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ

jsmm

• ଜିଲ୍ଲାପାଳ, ବିଧାୟକଙ୍କୁ ସଭାରେ ମିଷ୍ଟାନ୍ନ କେକ୍ ଖୁଆଇ ଜନ୍ମଦିନ ମନାଇଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆସ୍କା ସାଂସଦ ପ୍ରମିଳା ବିଷୋୟୀ ୭୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ଜଣେ କର୍ମଠ ସୁଗୃହିଣୀ, ନିଜ ଅଞ୍ଚଳରେ ପ୍ରାୟ ୭ଶହ ମହିଳା ଏସଏଚଜି ଗ୍ରୁପ ଗଠନ କରି ନିଜ ତୃଣମୂଳ ସ୍ତରରେ ରାଜନୈତିକ, ସାମାଜିକ ସେବା, ଲୋକ ସେବା କରି ନିଜର ପାରଦର୍ଶିତା ଅର୍ଜ୍ଜନ କରିଥିଲେ । ୨୦୧୯ ଆସ୍କା ଲୋକସଭା ଆସନରୁ ବିଜେଡ଼ିରୁ ଟିକଟ ପାଇ ନିର୍ବାଚନରେ ରଣାଙ୍ଗନରେ ତୀବ୍ରତାର ସହ ପ୍ରତିଦ୍ୱନ୍ଦିତା କରି ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ । ପିତା ଶିବ ସ୍ୱାଇଁ, ମାତା ଶ୍ରୀମତୀ ବାଉରୀ ସ୍ୱାଇଁଙ୍କ କୋଳରେ ୧୫/ସେପ୍ଟେମ୍ବର ୧୯୪୮ ମସିହାରେ ଆସ୍କା ବ୍ଲକ ଚେରମାରିଆ ଏକ ଛୋଟ ପଲ୍ଲୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ବହୁ ଅଦ୍ଭାବ ଅନାଟନରେ ଚଳିଆସିଥିଲେ । ଆର୍ଥିକ ସ୍ଥିତି ଜଟିଳ ଥିବାରୁ ନିଜ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ନିଜ ସ୍ୱାମୀ ବାଞ୍ଛାନିଧି ବିଷୋୟୀଙ୍କ ହାତଧରି ଆଜି ପାର୍ଲିଆମେଣ୍ଟରେ ସଦସ୍ୟତା କରି ନିଜ ଅଞ୍ଚଳର ଗୌରବ ଗାଥା, ଗଞ୍ଜାମର ଲୋକ ସଂସ୍କୃତିକୁ ଦିଲ୍ଲୀ ଦରବାରରେ ଉପସ୍ଥାପନା କରିବାରେ ସକ୍ଷମ ହୋଇପାରିଛନ୍ତି । ଅତଃ ଗତ ଗୁରୁବାର ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ମାନିଟରିଂ କମିଟିର ବୈଠକରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଇତି ଅବସରରେ ଜଣେ ବିଜେଡ଼ି ଯୁବ ନେତା ତାଙ୍କରି ଜନ୍ମ ଦିବସ ଅବସରରେ ଏକ କେକ୍ କାଟି ସେଲିବ୍ରେଟ କରିଥିଲେ । ସାଂସଦ ପ୍ରମିଳା ମାଆ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଉପାଅଧ୍ୟକ୍ଷା ଟି.ରାଜେଶ୍ୱରୀ ଦୋରା ଅନ୍ୟ ମାନ୍ୟଗଣ୍ୟ ଅତିଥୀ କର୍ମୀଙ୍କୁ କେକ୍ ଖୁଆଇ ନିଜ ଜନ୍ମଦିନ ଭାବେ ଖୁସି ମନାଇଥିଲେ ।

jittmm
Leave A Reply

Your email address will not be published.