oom

ପଦ୍ମପୁର ଉପଖଣ୍ଡରେ ଭାରତ ବନ୍ଦର ପ୍ରଭାବ : ଦୋକାନ ବଜାର ବନ୍ଦ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ତିନି କଳା କୄଷି ଆଇନକୁ ବିରୋଧ କରି ଏହି ତିନି ଗୋଟି କଳା ଆଇନକୁ ପ୍ରତ୍ୟାହାର ଦାବୀରେ କିଶାନ ଏକତା ମଞ୍ଚ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମର୍ଥନ କରି ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ଆଜି ପଦ୍ମପୁର ସହର ତଥା ଅଞ୍ଚଳକୁ ବନ୍ଦ କରାଯାଇଛି । ଏହି ବନ୍ଦ ପାଳନକୁ ପଦ୍ମପୁର କଂଗ୍ରେସ ପକ୍ଷରୁ ମଧ୍ୟ ସମର୍ଥନ ଦିଆଯାଇଛି । ଆଜି ଭେଉଁରିଆ ଛକ ଠାରେ ରାଜବୋଡାସମ୍ବର କୄଷକ ସଂଗଠନର ସଦସ୍ୟ ମାନେ ସକାଳୁ ଧାରଣା ଦେବା ସହ କୄଷି ବିଲ ବିରୋଧରେ ବିଭିନ୍ନ ନାରାବାଜୀ କରୁଛନ୍ତି । ଏହି ବନ୍ଦ ପାଳନ ସମୟରେ କୄଷକ ସଂଗଠନର ଆବାହକ ଅଶୋକ ସାହୁ, ଦହିତ ସାହୁ, ବିଶ୍ୱନାଥ ରଣା, କୈଳାଶ ବାରିକ, ଚିତ୍ତରଞ୍ଜନ ପାଣ୍ଡେ, ମୁକ୍ତେଶ୍ଵର ପଟେଲ, ଆଇନଜୀବୀ ଅଜିତ ଶତପଥି, ଆଇନଜୀବୀ ଗୌନ୍ତିଆ କୁମାର ସାହୁ ତଥା ଅନ୍ୟାନ୍ୟ କଂଗ୍ରେସ କର୍ମୀ ସାମିଲ ଥିଲେ । ପାଇକମାଲ, ଝାରବନ୍ଧ, ଗାଇସିଲେଟ, ସୋହେଲା, ବିଜେପୁର, ଆଦି ଅଞ୍ଚଳର ଭାରତ ବନ୍ଦ କରି ସମର୍ଥନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.