ମାନସିକବିକୃତ ଭିନ୍ନକ୍ଷମଙ୍କୁ ସରକାରୀ ସାହାଯ୍ୟ ପାଇଁ ନିବେଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ମହୁଲପାଲି ପଞ୍ଚାୟତର ଦର୍ବେକେଲା ଗ୍ରାମରେ ଏକ ଅଭାବନୀୟ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ଛାଲୁ କୁମ୍ଭାର ଜଣେ ଅତ୍ୟନ୍ତ ଗରିବ ଲୋକ ଅଟନ୍ତି । ସେ ମୂଳ ଲାଗି ପେଟ ପୋଷେ । ତାଙ୍କର ୩ ଟି ସନ୍ତାନ ସନ୍ତତି ଆକର୍ମଣ୍ୟ ହୋଇ ଘରେ ପଡି ରହିଛନ୍ତି । ସେମାନେ ସମସ୍ତେ ମାନସିକ ବିକୃତ ଭିନ୍ନକ୍ଷମ ଅଟନ୍ତି । ସେମାନେ ହେଲେ ଦେବାର୍ଚନ କୁମ୍ଭାର ବୟସ (୨୮), ଚ ନ୍ଦନ କୁମ୍ଭାର (୨୩) ଓ ତନୁଜା କୁମ୍ଭାର (୧୮) । ସମସ୍ତଙ୍କର ଭିନ୍ନକ୍ଷମ ପ୍ରମାଣ ପତ୍ର ଅଛି । ସେମାନେ ଦଶ କେଜି ଲେଖାଁଏ ସରକାରୀ ଚାଉଳ ପାଉଥିଲେ । ହେଲେ କାହଁକି କେଜାଣି ଏବେ ଆଉ ଚାଉଳ ମିଳୁନାହିଁ । ଘରେ ତାଙ୍କର ରୁଗଣା ସ୍ତ୍ରୀ । ଘରେ ପୁଅ ଝିଅର ଯତ୍ନ ନେବା ସହ ରୋଜଗାର କରିଯିବାବାକୁ ସକ୍ଷମ ନୁହନ୍ତି । ଅନ୍ୟ ପକ୍ଷେ ୩୦ବର୍ଷ ପୂର୍ବରୁ ତାଙ୍କ ବାପାଙ୍କ ନାମରେ ଘର ଖଣ୍ଡିଏ ମିଳିଥିଲା । ହେଲେ ଛାତରୁ ପାଣି ଗଲୁ ଥିବାରୁ ବର୍ଷା ଦିନରେ କଷ୍ଟରେ ଜୀବନଯାପନ କରୁଛନ୍ତି ବୋଲି ଆକୁଳ ନିବେଦନ କରିଛନ୍ତି । ତେଣୁ ଏପରି ପରିସ୍ଥିତିରେ ସେ ଭାଙ୍ଗି ପଡିଛନ୍ତି । ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତାଙ୍କୁ ସରକାରୀ ସାହାଯ୍ୟ ଓ ପିଲା ମାନଙ୍କୁ ଦଶ କେଜି ଲେଖାଏଁ ଚାଉଳ ପ୍ରଦାନ କଲେ ସେ ଉପକୃତ ହୁଅନ୍ତେ ବୋଲି ନିବେଦନ କରିଛନ୍ତି ।

Leave A Reply

Your email address will not be published.