oum

ପଦ୍ମପୁର ଏବିସିଡ଼ିରେ ନୂଆଁଖାଇ ଭେଟଘାଟ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନାହ କଟକଣାରେ ପଶ୍ଚିମ ଓଡିଶାର ମହାନ ପର୍ବ ନୂଆଁଖାଇ ଭେଟଘାଟ ପଦ୍ମପୁର ସହର ଏବିସିଡ଼ି ଆନୁକୂଲ୍ୟରେ ସୀମିତ ସଦସ୍ୟଙ୍କ ମଧ୍ୟରେ ଘର ଭିତରେ ନୀତିକାନ୍ତିରେ ସମାପନ ହୋଇଯାଇଛି । ସର୍ବପ୍ରଥମେ ଝାଙ୍କର ସୁରେଶ ସମଳେଇ ମାଁଙ୍କ ପୂଜାର୍ଚ୍ଚନା କରିଥିଲେ । କେଶରଞ୍ଜନ ପଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ନାଟ୍ୟକାର ଅଶୋକ ବହିଦାର ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଅନୀଲ ବେହେରା, ପ୍ରତାପ ନାଥ, ସୁରେଶ ମିଶ୍ର, ଲିଙ୍ଗରାଜ ସାହୁ, ଅମୀୟ ପୁରୋହିତ, ରବୀନ୍ଦ୍ର ଦାସ, ଇନ୍ଦ୍ରମଣି ପୁରୋହିତ, ସରୋଜ ଦାନୀ, ସରୋଜ ଯୋଶୀ, ଶାନ୍ତସଂଗ୍ରାମ ଭୋଇ, ତୁଷାର ପଧାନ, ସୁମନ୍ତ ସାହୁ, ସହଦେଛ ମେହେର ସହଯୋଗ କରିଥିଲେ । ପରିଶେଷରେ ରଘୁନାଥ ପୁରୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.